ଚିନ୍ତା ବଢାଉଛି ଜଙ୍ଗଲ ନିଆଁ : ସମ୍ବଲପୁରରେ ଜଳୁଛି ବୁଢାରଜା ପାହାଡ

124

କନକ ବ୍ୟୁରୋ : ସମ୍ବଲପୁର ବୁଢ଼ାରଜା ପାହାଡ଼ରେ ଲାଗିଲା ନିଆଁ । ସମ୍ବଲପୁର ସହର ମଝିରେ ଥିବା ଐତିହାସିକ ବୁଢ଼ାରଜା ପାହାଡ଼ରେ ବାରମ୍ବାର ନିଆଁ ଲାଗିବାକୁ ନେଇ ବନ ବିଭାଗର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସହରବାସୀ । ବୁଢ଼ାରଜା ପାହାଡ଼ର ପଛ ପଟେ ଥିବା ଭୀମଭୋଇ ପାର୍କ ସାମ୍ନାରେ ଏହି ନିଆଁ ଲାଗିଛି ।

ତେବେ ସେହି ଅଂଚଳରେ ବନ୍ୟଜନ୍ତୁ ଥିବା କାରଣରୁ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି । ବୁଢ଼ାରଜା ପାହାଡ଼ରେ ଲାଗିଥିବା ନିଆଁକୁ ଆୟତ କରିବା ପାଇଁ ସହରବାସୀ ଦାବି ଉଠାଇଥିବା ବେଳେ ଏଦିଗରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ସେହିପରି କିଛି ଲୋକଙ୍କ ଅସାବଧାନତା ଯୋଗୁଁ ନିଆଁ ଲାଗିଥାଇପାରେ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ତେଣୁ ଆଜିଠାରୁ ବୁଢ଼ାରଜା ପାହାଡ଼ ଅଂଚଳରେ କଡ଼ାକଡ଼ି ଭାବେ ପାଟ୍ରୋଲିଂ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।