କନକ ବ୍ୟୁରୋ : ଚୀନର ଚାଙ୍ଗସା ସହରରେ ଥିବା ୪୨ ମହଲା ବିଶିଷ୍ଟ ଉଚ୍ଚ ଅଟାଳିକାରେ ଭୟଙ୍କର ନିଆଁ ଲାଗିଯାଇଛି । ନିଆଁ ଲାଗି ଏହି ଅଟାଳିକାର ୧୨ ରୁ ଅଧିକ ଫ୍ଲୋରରେ ଜଳିପୋଡି ପୋଡି ପାଉଁସ ହୋଇଯାଇଛି । ତେବେ କୌଣସି ମୃତ୍ୟୁ ହୋଇନଥିବା ସୂଚନା ମିଳିଥିବା ବେଳେ କୋଟି କୋଟି ଟଙ୍କା ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି । ୨୧୮ ମିଟର ତଥା ୭୧୫ ଫୁଟ ଉଚ୍ଚତାର ଏହି ଅଟାଳିକା ୨୦୦୦ ମସିହାରେ କାର୍ଯ୍ୟକ୍ଷମ ହୋଇଥିଲା ।

Advertisment

ଏହି ବିିଲ୍ଡିଂରେ ଚାଇନା ଟେଲିକମ କମ୍ପାନୀ ସହ ଚୀନର ଅନ୍ୟ ବଡ ବଡ ସଂସ୍ଥାର କାର୍ଯ୍ୟାଳୟ ଥିବା ସୂଚନା ମଳିଛି । ଏହି ଭୟଙ୍କର ଅଗ୍ନିକାଣ୍ଡର ଭିଡିଓ ଏବେ ଇଣ୍ଟରନେଟରେ ଦେଖିବାକୁ ମିଳିଛି । ନିଆଁ ଲାଗିଯିବାରୁ ସ୍ଥାନୀୟ ଅଞ୍ଚଳ ପୁରା ଧୁଆଁ ମୟ ହୋଇଯାଇଥିଲା । ଘଟଣା ସ୍ଥଳରେ ନିଆଁ ଲିଭା ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ମଳିଛି । ଚାଙ୍ଗସା ସହରରେ ୧୦ ମିଲିୟନରୁ ଅଧିକ ଲୋକେ ବସବାସ କରନ୍ତି ।