ଭଦ୍ରକରେ ଭୟଙ୍କର ନିଆଁ : ଅଗ୍ନିକାଣ୍ଡରେ ଜଳିଗଲା ୧୦ବଖରା ଦୋକାନ ଘର; ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

130

କନକ ବ୍ୟୁରୋ : ଭଦ୍ରକରେ ଭୟଙ୍କର ନିଆଁ । ତିହିଡି ବଜାରରେ ଅଗ୍ନିକାଣ୍ଡରେ ଜଳିଗଲା ୧୦ବଖରାରୁ ଅଧିକ ଦୋକାନ ଘର । ନିଆଁରେ ପୋଡିଗଲା ତିହିଡି ବଜାରରେ ଥିବା ହୋଟେଲ, ଷ୍ଟେସନାରୀ ଦୋକାନ, ଜୋତା ଦୋକାନ ସହ କିଛି ପରିବା ଦୋକାନ ଏହି ଅଗ୍ନିକାଣ୍ଡରେ ଜଳି ଯାଇଥିବା ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ଦୋକାନ ଗୁଡିକ ବନ୍ଦ ରହିଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି । ତେବେ ନିଆଁ ଲାଗିବାର କାରଣ ଜଣାପଡିନାହିଁ । ଅଗ୍ନିକାଣ୍ଡ ସମ୍ପର୍କରେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗ କୁ ଖବର ଦେବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିାଁକୁ ଆୟତ କରିଛି ।