ବାତ୍ୟା ‘ଫୋନି’ର ମୁକାବିଲା ପାଇଁ ସଜାଗ ଅଗ୍ନୀଶମ ବିଭାଗ । ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ୍ ।

ଭୟଙ୍କର ରୂପ ଧାରଣ କରି ସାମୁଦ୍ରିକ ବାତ୍ୟା ‘ଫନି’ ଓଡ଼ିଶା ମୁହାଁଉଛି।

234

କନକ ବ୍ୟୁରୋ: ଭୟଙ୍କର ରୂପ ଧାରଣ କରି ସାମୁଦ୍ରିକ ବାତ୍ୟା ‘ଫନି’ ଓଡ଼ିଶା ମୁହାଁଉଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ହାଇଆଲର୍ଟ ଜାରି କରାଯାଇଛି । ସେପଟେ ଅଗ୍ନିଶମ ବିଭାଗ ମଧ୍ୟ ଏଥିପାଇଁ ହାଇଆଲର୍ଟ ଜାରି କରିଛି। ଗଞ୍ଜାମରୁ ବାଲେଶ୍ବର ପର‌୍ୟ୍ୟନ୍ତ ଉପକୂଳ ଜିଲ୍ଲାଗୁଡ଼ିକରେ ଥିବା ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ତୟାର ରହିବାକୁ କୁହାଯାଇଛି। ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିବା ବେଳେ ୨୩୮୨ ଅଧିକାରୀ ଓ କର୍ମଚାରୀଙ୍କୁ ବାତ୍ୟା ମୁକାବିଲା ପାଇଁ ମୁତୟନ କରାଯାଇଥିବା ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀ ସୂଚନା ଦେଇଛନ୍ତି।

ଆସନ୍ତା ୩ ତାରିଖ ରାତିରେ ପୁରୀ ସ˚ଲଗ୍ନ ଉପକୂଳରେ ମାଡ଼ ହେବ ‘ଫନି’। ପବନର ବେଗ ଘଣ୍ଟା ପ୍ରତି ୧୮୦ ରୁ ୧୯୦ କିଲୋମିଟର ବେଗରେ ବହିବ ବୋଲି ଆଶଙ୍କା କରାଯାଉଛି। ଏହାର ପ୍ରଭାବରେ ଟେଲିଫୋନ୍ ଟାୱାର୍, ଇଲେକ୍ଟ୍ରି ଟାୱାର୍ ଏବ˚ ଗଛ ଭାଙ୍ଗିବାର ଆଶଙ୍କା କରାଯାଉଥିବାରୁ ରାସ୍ତାରେ ଯାନବାହାନ ଚଳାଚଳର ସମସ୍ୟା ହେବ। ତେଣୁ ରାସ୍ତାରୁ ତୁରନ୍ତ ଗଛ ହଟାଇବା ଏକ ପ୍ରମୁଖ କାର‌୍ୟ୍ୟ। ଏ ସମ୍ପର୍କରେ ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ଏକ ଜରୁରୀ ବୈଠକ ଡକାଯାଇଥିଲା। ଏଥିରେ ଗଞ୍ଜାମରୁ ବାଲେଶ୍ବର ପର‌୍ୟ୍ୟନ୍ତ ସମୁଦ୍ର ଉପକୂଳ ଜିଲ୍ଲାର ୨ହଜାର ଅଗ୍ନିଶମ କର୍ମଚାରୀଙ୍କୁ ସଜାଗ ରଖାଯାଇଛି। ସେହିପରି ପୁରୀ, ଖୋର୍ଧା, ଗଞ୍ଜାମ, ଗଜପତି, ଜଗତସି˚ହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଇତ୍ୟାଦି ଜିଲ୍ଲାର ଅଗ୍ନିଶମ କେନ୍ଦ୍ରର ସମସ୍ତ ଅଧିକାରୀ ଏବ˚ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏହାବାଦ ବାତ୍ୟା ଆଶଙ୍କା ନ ଥିବା ବୌଦ୍ଧ, ଫୁଲବାଣୀ, ବଲାଙ୍ଗୀର, ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ଦେଓଗଡ଼, ସମ୍ବଲପୁର, ଢେଙ୍କାନାଳ ଜିଲ୍ଲାରୁ ଅଧିକ ୩୮୨ କର୍ମଚାରୀଙ୍କୁ ବାତ୍ୟା ପ୍ରଭାବିତ ଜିଲ୍ଲାକୁ ଆଜି ରାତି ସୁଦ୍ଧା ପଠାଯିବ ବୋଲି ନିଷ୍ପତ୍ତି ହୋଇଛି। ତେବେ ଆସନ୍ତାକାଲି ସକାଳ ସୁଦ୍ଧା ସେମାନେ ସମସ୍ତ ଅଗ୍ନିଶମ କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ପ୍ରଭାବିତ ଜିଲ୍ଲାରେ ଜଣେ ଲେଖାଏଁ ଅଗ୍ନିଶମ ବିଭାଗ ଅଧିକାରୀଙ୍କୁ ଦାୟିତ୍ବ ଦିଆଯିବ। ଏମାନେ ସେଠାରେ ୨୪ ଘଣ୍ଟିଆ କ୍ୟାମ୍ପ ଆସନ୍ତାକାଲିଠାରୁ ଖୋଲିବେ। ଜିଲ୍ଲାରେ ଗଛ କାଟିବା ପାଇଁ ସମସ୍ତ ସୁବିଧା ପର‌୍ୟ୍ୟାପ୍ତ ପରିମାଣରେ ଯୋଗାଇ ଦିଆଯିବ। ଏହାବାଦ୍ ଲାଇଟ୍, ଜେନେରେଟର, ପାୱାର ବୋଟ୍, ଅଗ୍ନିଶମ ଗାଡ଼ି, ଡିଜେଲ୍ ମହଜୁତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତା’ଛଡ଼ା କୌଣସି ଅଗ୍ନିଶମ କେନ୍ଦ୍ରରେ ଅଚଳ ଥିବା ଯନ୍ତ୍ରା˚ଶଗୁଡ଼ିକୁ ତୁରନ୍ତ ମରାମତି କରିବାକୁ ଅଗ୍ନିଶମ କେନ୍ଦ୍ର ଅଧିକାରୀଙ୍କୁ ତାଗିଦ୍ କରାଯାଇଛି। ଏମାନେ ଜିଲ୍ଲା ପ୍ରଶାସନ ସହିତ ଯୋଗାଯୋଗରେ ରହି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ଅଗ୍ନିଶମ ଅଧିକାରୀ ଶ୍ରୀ ସେଠୀ ସୂଚନା ଦେଇଛନ୍ତି।