କନକ ବ୍ୟୁରୋ: ଖୋର୍ଦ୍ଧା ତାପଙ୍ଗ ଖଣିରେ ନିଖୋଜ ଯୁବକଙ୍କ ଖୋଜା ଚାଲିଛି । ଗତକାଲି ଠାରୁ ଖଣି ଅଞ୍ଚଳରେ ପୋଖରୀରେ ବୁଡି ଯାଇଥିବା ଯୁବକଙ୍କ ପତ୍ତା ମିଳୁନାହିଁ। ଏବେ ସୁଦ୍ଧା ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ସର୍ଚ୍ଚ ଅପରେସନ ଚାଲିଛି । ଓଡ଼ିଶାର ଲଦାଖ ଭାବରେ ପରିଚିତ ତାପଙ୍ଗ ଖଣି ଅଂଚଳକୁ ଗତକାଲି ୪ଜଣ ସାଙ୍ଗ ବୁଲିବାକୁ ଯାଇଥିଲେ। ସେଲ୍ଫି ନେଉନେଉ ଖସିଯିବାରୁ ଦୁଇ ଯୁବକ ପାଣିରେ ଭସି ଯାଇଥିଲେ, ଜଣକୁ ଉଦ୍ଧାର କରାଯାଇ ଥିବା ବେଳେ ଅନ୍ୟ ଜଣେ ଏବେ ବି ନିଖୋଜ ରହିଛନ୍ତି। ତାଙ୍କୁ ଖୋଜିବା ପାଇଁ ସ୍କୁବା ଡ୍ରାଇଭର ନିୟୋଜିତ ହୋଇଛନ୍ତି ।
ନିଖୋଜ ଯୁବକ ଜଣଙ୍କ ନାମ ଓମ୍ ପ୍ରକାଶ ରଥ। ଭୁବନେଶ୍ୱରର ଏକ ସପିଂ ମଲ ନିକଟରୁ ଏକ ଅଟୋରେ ସାଙ୍ଗମାନେ ତାପଙ୍ଗ ଯାଇଥିଲେ। ଅଟୋ ଡ୍ରାଇଭରଙ୍କ ବାରଣ ସତ୍ୱେ ଫଟୋ ଉଠାଇବା ପାଇଁ ଖଣି ଅଂଚଳର ଗଭୀର ପୋଖରୀ ନିକଟକୁ ଯାଇଥିଲେ। ଫଟୋ ଉଠାଉଥିବା ବେଳେ ଜଣେ ପୋଖରୀର ପାଣିକୁ ଖସି ପଡିଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଓମ୍ ପ୍ରକାଶ ତଳକୁ ଖସି ପଡିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/pond.jpg)