କନକ ବ୍ୟୁରୋ: ଏଥର ଦୀପାବଳିରେ ଫୁଟିବନି ବାଣ । ବାଣ ଫୁଟାଇବା ଉପରେ କଟକଣା ଲଗାଇଲେ ରାଜ୍ୟ ସରକାର । ଦିୱାଲି ପାଇଁ ବାଣ ବିକ୍ରି ଓ ଫୁଟାଇବା ନିଷେଧ । ନଭେମ୍ବର ୧୦ରୁ ୩୦ ଯାଏଁ ବାଣ ଫୁଟାଇବା ଉପରେ କଡା କଟକଣା ।
ତେବେ ସାରା ରାଜ୍ୟରେ ବାଣ ଫୁଟାଇବା ଉପରେ କଟକଣା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି । ଦୀପାବଳି ସମୟରେ କଟକଣା ନମାନିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ । କରୋନା ସମୟରେ ବାୟୁ ପ୍ରଦୂଷଣ ହେଲେ ଶ୍ୱାସ ଜନିତ ସମସ୍ୟା ହେବ । ଶୀତ ଦିନରେ କରୋନା ବଢିବାର ଆଶଙ୍କା ରହିଛି ତେଣୁ ଏହି ସମସୟରେ ବାୟୂ ପ୍ରଦୂଷଣ ହେଲେ ନିଶ୍ୱାସ ନେବାରେ ସମସ୍ୟା ହେବ । କରୋନା ରୋଗୀଙ୍କ ପାଇଁ ଦୂଷିତ ବାୟୁ ହାନିକାରକ ହେବ । ତେଣୁ ଦୀପାବଳିରେ ବାଣ ନିଷେଧ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/18-3.jpg)