କନକ ବ୍ୟୁରୋ : ସୁପ୍ରିମକୋର୍ଟଙ୍କ ତରଫରୁ କେନ୍ଦ୍ରମନ୍ତ୍ରୀ ମନୋଜ ତିୱାରୀଙ୍କୁ ବଡ ଝଟକା ଲାଗିଛି । ବାଣ ଉପରେ କୋର୍ଟ ଲଗାଇଥିବା ପ୍ରତିବନ୍ଧକ ବିରୋଧରେ ମନୋଜ ତିୱାରୀ କରିଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । ବୁଧବାର ଦିନ କୋର୍ଟରେ ଶୁଣାଣି ବେଳେ ବିଚାରପତି ବାଣ ଉପରେ ଲାଗିଥିବା ପ୍ରତିବନ୍ଧକ ମାମଲାରେ ଦଖଲ ଦେବାକୁ ମନା କରିଦେଇଛନ୍ତି । କହିରଖୁ କି ଦିଲ୍ଲୀ ସରକାର ଚଳିତ ସପ୍ତାହରେ ବାଣ ଉପରେ ପ୍ରତିବନ୍ଧକ ଲଗାଇଥିଲେ ।

Advertisment

କୋର୍ଟ କେନ୍ଦ୍ରମନ୍ତ୍ରୀ ମନୋଜ ତିୱାରୀଙ୍କ ଆବେଦନ ଖାରଜ କରିବା ବେଳେ କହିଛନ୍ତି କି ଖୁସି ମନାଇବାକୁ ଅନ୍ୟ ତରିକା ଖୋଜିବାକୁ ପଡିବ । ଜଷ୍ଟିସ ଏ ଏସ ବୋପନ୍ନା ଓ ଜଷ୍ଟିସ ଏମଏମ ସୁନ୍ଦରେଶଙ୍କ ଖଣ୍ଡପୀଠ ତରଫରୁ ମନୋଜ ତିୱାରୀଙ୍କୁ କୁହାଯାଇଛି କି ଆପଣ ଓ ଆପଣଙ୍କ ସମର୍ଥକଙ୍କୁ କହିବା ଦରକାର କି ଦିପାବଳୀ ଓ ଆନନ୍ଦ ଉତ୍ସବରେ ବାଣ ନଫୁଟାନ୍ତୁ ।

ମାମଲାର ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ତରଫରୁ ଆଡିସନାଲ ସଲିସିଟର ଜେନରାଲ ଐଶ୍ୱର୍ଯ୍ୟା ଭାଟି ଉପସ୍ଥିତ ଥିଲେ । ସେ କହିଛନ୍ତି କି ସରକାର ଯେଉଁ ନିୟମ ବନାଇଛନ୍ତି ତାହା ସବୁ ପକ୍ଷକୁ ଦିଆଯାଇଛି । ଏଥିରେ କେବଳ ସବୁଜ ବାଣ ବିକ୍ରିକୁ ଅନୁମତି ଦିଆଯାଇଛି ।

ସୂଚନା ଥାଉକି ଦିଲ୍ଲୀ ସରକାରଙ୍କ ପରିବେଶ ମନ୍ତ୍ରୀ ଗୋପାଳ ରାୟ ସେପ୍ଟେମ୍ବର ୧୧ ତାରିଖରେ ବାଣ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଛନ୍ତି । ଏଥିରେ ବାଣ ପ୍ରସ୍ତୁତ କରିବା, ମହଜୁଦ କରିବା, ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଯାଇଛି ।