କନକ ବ୍ୟୁରୋ: କେନ୍ଦ୍ରାପଡ଼ା ମନକରପୁର ପ୍ରାଥମିକ ବିଦ୍ୟାଳୟରେ ଅଗ୍ନିକାଣ୍ଡା । ଅଳ୍ପକେ ବର୍ତ୍ତିିଗଲେ ଛାତ୍ରଛାତ୍ରୀ ଓ ରୋଷେୟା । ମଧ୍ୟାହ୍ନ ଭୋଜନ ରୋଷେଇ ଚାଲିଥିବା ବେଳେ ନିଆଁ ଲାଗିଯାଇଥିଲା । ଗ୍ୟାସ ଲିକ୍ ହୋଇ ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା । ତେବେ ପିଲାମାନଙ୍କୁ ତୁରନ୍ତ ବାହାର କରି ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା । ତେବେ ଦମକଳ ବାହିନୀ ପହଞ୍ଚିି ନିଆଁକୁ ଆୟତ୍ତ କରିଥିଲା । ହେଲେ ନିଆଁରେ ସ୍କୁଲ ରୋଷେଇ ଘରର ଜିନିଷ ଜଳିଯାଇଛି ।
ଗ୍ୟାସ ଲିକ୍ ହୋଇ ସ୍କୁଲରେ ଅଗ୍ନିକାଣ୍ଡ । ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ ଓ ରୋଷେୟା ।
/kanak/media/post_attachments/wp-content/uploads/2024/01/16-17.jpg)