କନକ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଟାଙ୍କୋଳ ଗାଁ ପଣ୍ଡା ସାହିରେ ଭୟାବହ ଅଗ୍ନିକାଣ୍ଡ । ଗ୍ୟାସ ସିଲିଣ୍ଡର ଫାଟି ନିଆଁ ଲାଗିିବାରୁ ୩ଟି ପରିବାରର ୧୦ ବଖରା ଘର ଜଳି ଯାଇଛି । ଅଗ୍ନିକାଣ୍ଡରେ ପଣ୍ଡା ସାହିର ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁଳି ପ୍ରଧାନ ଓ ସୁଦର୍ଶନ ମହାରଣାଙ୍କ ୧୦ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି ।
ତେବେ ଖବର ପାଇ ଟାଙ୍କୋଳ ଗାଁରେ ପହଂଚି ନିଆଁକୁ ଆୟତ କରିଛନ୍ତି ରଣପୁର ଓ ଟାଙ୍ଗୀ ଅଗ୍ନିଶମ କର୍ମଚାରୀ । ଅଗ୍ନିକାଣ୍ଡରେ ଲ କ୍ଷାଧିକ ଟଙ୍କାର ସଂପତି ପୋଡି ପାଉଁଶ ହୋଇଥିବା ଜଣା ପଡିଯାଇଛି । ଅଗ୍ନିକାଣ୍ଡ ପରେ ୩ ପରିବାର ସର୍ବସ୍ୱ ହରାଇ ଖୋଲା ଆକାଶ ତଳେ ରହିଛନ୍ତି । ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ପରିବାରକୁ ସହୟତା ଦେବାକୁ ଦାବି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/25-7.jpg)