ହରିରାଜପୁର ଦୋଳ ମେଳଣରେ ନିଆଁ । ଜଳିଗଲା ଶିବଙ୍କ ବିଶାଳ କାୟ ମୂର୍ତ୍ତି , ପବିତ୍ର ଦୋଳ ମେଳଣ ବେଳେ ଅଘଟଣକୁ ନେଇ ପୁରୀ ଜିଲ୍ଳା ଡେଲାଙ୍ଗ ଅଂଚଳରେ ଚାଞ୍ଚଲ୍ୟ

1,088

କନକ ବ୍ୟୁରୋ: ପୁରୀ ଜିଲ୍ଲା ପିପିଲିର ପ୍ରସିଦ୍ଧ ହରିରାଜପୁର ମେଳଣରେ ଅଗିକାଣ୍ଡ । ଅଗ୍ନିକାଣ୍ଡରେ ଜଳିଗଲା ଶିବଙ୍କ ବିଶାଳ କାୟ ମୁର୍ତ୍ତି । ଦୋଳ ମେଳଣ ଉତ୍ସବ ବେଳେ ଘଟିଛି ଏଭଳି ଏକ ଅଘଟଣ । ତେବେ ପବିତ୍ର ଦୋଳ ମେଳଣରେ ଏଭଳି ଅଘଟଣ ପୁରୀ ଜିଲ୍ଳା ଡେଲାଙ୍ଗ ଅଂଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି ।

ସୂଚନା ମୁତାବକ, ୨୦୦ ବର୍ଷର ଏହି ପୁରୁଣା ମେଳଣରେ ଏପରି ଅଗ୍ନିକାଣ୍ଡ ପରେ ଲୋକଙ୍କ ମଧ୍ୟରେ ଛାନିଆ ଖେଳିଯାଇଛି । ନିଆଁ ଲାଗିବା ମାତ୍ରେ ଶିବଙ୍କ ପ୍ରତିମୂତ୍ତିର ମୁଣ୍ଡଟି ହୁ ହୁ ହୋଇ ଜଳି ଯାଇଥିଲା । ଏହାକୁ ଲିଭାଇବାକୁ ତୁରନ୍ତ ଉଦ୍ୟମ ଆରମ୍ଭ ହୋଇଥିଲା । ହେଲେ ନିଆଁ କାବୁ ହୋଇନଥିଲା । ଶେଷରେ ଅଣାୟତ ନିଆଁକୁ ଦେଖି ଫାଇବରରେ ତିଆରି ବିଶାଳ ଶିବ ମୂର୍ତିକୁ ଓଲଟାଇ ଦେଇଥିଲେ ଲୋକେ । ଏଥିରେ କାହାର କ୍ଷତି ପହଁଚି ନଥିବା ଜଣାପଡିଛି ।