କନକ ବ୍ୟୁରୋ: ଏୟାର ଇଣ୍ଡିଆ ବିମାନରେ ନିଆଁ । ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ନିଆଁ ଲାଗିବାରୁ ରାୟପୁରରେ ଜରୁରୀ ଅବତରଣ କରାଯାଇଛି । ତେବେ ବିମାନରେ ଯାତ୍ରା କରୁଥିବା ୮୯ ଜଣ ଯାତ୍ରୀଙ୍କ ସମେତ କ୍ର୍ୟୁ ମେମ୍ବର ସୁରକ୍ଷିତ ଅଛନ୍ତି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନବନ୍ଦର କର୍ତୃପକ୍ଷ ।
ବିମାନରେ ୮୯ ଜଣ ଯାତ୍ରୀଙ୍କୁ ନେଇ ମୁମ୍ବାଇ ଅଭିମୁଖେ ଉଡାଣ ଭରିଥିଲା ଏୟାର ଇଣ୍ଡିଆର ଏଆଇସି-୬୭୦ । ତେବେ ମଝି ଆକାଶରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ସହ ନିଆଁ ଲାଗିଯାଇଥିଲା । ପରିସ୍ଥିତିର ଗୁରୁତ୍ୱକୁ ବୁଝି ପାଇଲଟ ଉପସ୍ଥିତ ବୁଧି ଖଟାଇ ରାୟପୁରରେ ଜରୁରୀ ଅବତରଣ କରିଥିଲେ । ପାଇଲଟଙ୍କ ଉପସ୍ଥିତ ବୁଦି ଯୋଗୁଁ ଅଳ୍ପକେ ୮୯ ଯାତ୍ରୀଙ୍କ ଜୀବନ ବର୍ତ୍ତି ଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/collage122.jpg)