ୟୁକୋ ବ୍ୟାଙ୍କରେ ଭୟଙ୍କର ଅଗ୍ନିକାଣ୍ଡ । ଜଳି ପୋଡି ପାଉଁଶ ହୋଇଗଲା ଗୁରୁତ୍ୱପୂର୍ଣ୍ଣ କାଗଜ ସମେତ କମ୍ପ୍ୟୁଟର ।

Advertisment
ୟୁକୋ ବ୍ୟାଙ୍କରେ ଭୟଙ୍କର ଅଗ୍ନିକାଣ୍ଡ । ଜଳି ପୋଡି ପାଉଁଶ ହୋଇଗଲା ଗୁରୁତ୍ୱପୂର୍ଣ୍ଣ କାଗଜ ସମେତ କମ୍ପ୍ୟୁଟର ।

କନକ ବ୍ୟୁରୋ : ନୂଆପଡ଼ା ଖରିଆର ରୋଡସ୍ଥିତ ୟୁକୋ ବ୍ୟାଙ୍କରେ ଶନିବାର ରାତି ଅଗ୍ନିକାଣ୍ଡ ଘଟଣା ଘଟିଛି । ମିଳିଥିବା ସୂଚନା ଅନୁସାରେ ବ୍ୟାଙ୍କ ବନ୍ଦ ଥିବା ବେଳେ ଆଜି ରାତି ପ୍ରାୟ ୮ଟା ୩୦ରେ ଭିତର ପାର୍ଶ୍ୱରୁ ନିଆଁ ଲାଗିଛି । ବ୍ୟାଙ୍କର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ କିଛି କମ୍ପ୍ୟୁଟର ପୋଡ଼ି ପାଉଁଶ ହୋଇଯାଇଛି ।

publive-imageସୂଚନା ମିଳିବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଛନ୍ତି । ନିଆଁ ଲିଭାଇବାକୁ ଦମକଳ ବାହିନୀର କର୍ମଚାରୀଙ୍କୁ ପ୍ରାୟ ଏକ ଘଣ୍ଟା ଲାଗିଥିଲା । ତେବେ ବିଦ୍ୟୁତ୍‌ ସର୍ଟସର୍କିଟରୁ ବ୍ୟାଙ୍କରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ବ୍ୟାଙ୍କ ଖୋଲିବା ପରେ କେତେ କ୍ଷୟକ୍ଷତି ହୋଇଛି ତାହା ଜଣାପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe