କନକ ବ୍ୟୁରୋ : ନୂଆପଡ଼ା ଖରିଆର ରୋଡସ୍ଥିତ ୟୁକୋ ବ୍ୟାଙ୍କରେ ଶନିବାର ରାତି ଅଗ୍ନିକାଣ୍ଡ ଘଟଣା ଘଟିଛି । ମିଳିଥିବା ସୂଚନା ଅନୁସାରେ ବ୍ୟାଙ୍କ ବନ୍ଦ ଥିବା ବେଳେ ଆଜି ରାତି ପ୍ରାୟ ୮ଟା ୩୦ରେ ଭିତର ପାର୍ଶ୍ୱରୁ ନିଆଁ ଲାଗିଛି । ବ୍ୟାଙ୍କର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ କିଛି କମ୍ପ୍ୟୁଟର ପୋଡ଼ି ପାଉଁଶ ହୋଇଯାଇଛି ।
ସୂଚନା ମିଳିବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଛନ୍ତି । ନିଆଁ ଲିଭାଇବାକୁ ଦମକଳ ବାହିନୀର କର୍ମଚାରୀଙ୍କୁ ପ୍ରାୟ ଏକ ଘଣ୍ଟା ଲାଗିଥିଲା । ତେବେ ବିଦ୍ୟୁତ୍ ସର୍ଟସର୍କିଟରୁ ବ୍ୟାଙ୍କରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ବ୍ୟାଙ୍କ ଖୋଲିବା ପରେ କେତେ କ୍ଷୟକ୍ଷତି ହୋଇଛି ତାହା ଜଣାପଡ଼ିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/uco-750x430.jpg)