କନକବ୍ୟୁରୋ:ରାଜଧାନୀରେ ଆୟତ ହେଲା ଆପାର୍ଟମେଂଟ ନିଆଁ । ଭୁବନେଶ୍ୱର ପଟିଆ ଛକର ଆପାର୍ଟମେଂଟରୁ ନିଆଁକୁ ଆୟତ କରିଛି ଅଗ୍ନିଶମ ବାହିନୀ । ଅଷ୍ଟମ ମହଲାରେ ନିଆଁ ଲାଗିଥିବା ବେଳେ ଅଗ୍ନିଶମ ବିଭାଗର ଦୁଇଟି ଟିମ୍ ପହଁଚି ଏହାକୁ ଲିଭାଇଛନ୍ତି । ପ୍ରାୟ ଅଧ ଘଂଟାର ଅପରେସନ ପରେ ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତ କରାଯାଇଛି । ଏହି ଆପାର୍ଟମେଂଟରେ ରହୁଥିବା ବ୍ୟକ୍ତି ଘର ବନ୍ଦ କରି ବାହାରକୁ ଯାଇଥିବା ସମୟରେ ନିଆଁ ଲାଗିଥିଲା । ପରେ ଏହା ଅଷ୍ଟମ ମହଲାରେ ବ୍ୟାପିଥିଲା । ନିଆଁ ଲାଗିବାର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ଇନଭଟରରୁ ସଟ୍ ସର୍କିଟ ହୋଇ ଅଗ୍ନିକାଂଡ ଘଟିଥିବା ସନ୍ଦେହ କରାଯାଉଛି ।
ଭୁବନେଶ୍ୱର ପଟିଆରେ ଅଗ୍ନିକାଣ୍ଡ, ଆପାର୍ଟମେଣ୍ଟର ୮ ନମ୍ବର ମହଲାରେ ଲାଗିଲା ନିଆଁ । ଆୟତ କଲା ଅଗ୍ନିଶମ ବାହିନୀ ।
/kanak/media/post_attachments/wp-content/uploads/2024/06/1-38.jpg)