କୋଇଲା ବୋଝେଇ ଟ୍ରକରେ ଲାଗିଲା ନିଆଁ : କାରଣ ଅସ୍ପଷ୍ଟ

55

କନକ ବ୍ୟୁରୋ: କୋଇଲା ବୋଝେଇ ଟ୍ରକରେ ଲାଗିଲା ନିଆଁ। ଆଜି ସକାଳେ ରାୟଗଡା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ପ୍ରତାପପୁର ନିକଟରେ ଏକ କୋଇଲା ବୋଝେଇ ଟ୍ରକରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ଟ୍ରକଟି ବିଶାଖାପାଟଣାରୁ କୋଇଲା ନେଇ ରାୟଗଡା ପଟକୁ ଆସୁଥିବା ବେଳେ ପ୍ରତାପ ପୁର ନିକଟରେ ନିଆଁ ଲାଗିଥିବା ଦେଖି ଡ୍ରାଇଭର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।

ଖବର ପାଇ ରାୟଗଡାରୁ ଅଗ୍ନିଶମ ବାହିନୀ ଓ ଶେଷଖାଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ହୁତ ହୁତ ହୋଇ ଜଳୁଥିବା ଟ୍ରକକୁ ଲିଭାଇବା ସହ ନିଆଁ କୁ ଆୟତ୍ତ କରିଛନ୍ତି । ଅଗ୍ନିକାଣ୍ଡରେ କୋଇଲା ସମେତ ଟ୍ରକର ଅଧିକାଂଶ ଭାଗ ଜଳିଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ ।