କନକ ବ୍ୟୁରୋ: ଆସନ୍ତାକାଲି ରଙ୍ଗର ପର୍ବ ହୋଲି । ହୋଲି ପାଇଁ ସଜାଗ ଅଗ୍ନିଶମ ବାହିନୀ । ରଙ୍ଗ ଖେଳ ପରେ ଗାଧୋଇବା ବେଳେ ଅନେକ ସମୟରେ ଅଘଟଣ ଘଟିଥାଏ । ଏହି ଅଘଟଣ ରୋକିବାକୁ ଭୁବନେଶ୍ୱରର ୫ଟି ସ୍ଥାନରେ ବ୍ୟବସ୍ଥା । କୁଆଖାଇ, ଦୟା, ପୁରୀ କେନାଲ, ଓ ବାଲିପାଟଣା ସାଇପନ ପାଇଁ ଅଗ୍ନିଶମ ବିଭାଗ ପ୍ରସ୍ତୁତ ରହିଛି । ଲାଇଫ୍ ଜ୍ୟାକେଟ୍, ମେସିନ୍ ରବର ବୋଟ୍ ସହ ପ୍ରସ୍ତୁତ ରହିଛି ଫାୟାର ଟିମ ।