କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ । ସିଟି ସ୍କାନ ଓ ଡାଇଲେସିସ୍ କେନ୍ଦ୍ରରେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଜଣାପଡ଼ିଛି । ଏହି ସମୟରେ ୱାର୍ଡରେ ୧୧ ଜଣ ରୋଗୀ ଥିଲେ । ଡାକ୍ତର ଓ ମେଡିକାଲ କର୍ମଚାରୀ ରୋଗୀଙ୍କୁ ସୁରକ୍ଷିତ ବାହାରକୁ ଆଣିଥିଲେ । ଏହି ସମୟରେ ୨ରୁ ୩ ଜଣ ରୋଗୀ ବେହୋସ ହୋଇଯାଇଥିବା ଜଣାପଡ଼ିଛି । ତୁରନ୍ତ ସେମାନଙ୍କ ଚିକିତ୍ସା କରାଯାଇଥିଲା । ନିଆଁ ଲାଗିବା ପରେ ସୁରକ୍ଷାକର୍ମୀ ଓ ମେଡିକାଲ କର୍ମଚାରୀ ପହଂଚି ଅଗ୍ନି ନିର୍ବାପକ ଯନ୍ତ୍ର ସାହାଯ୍ୟରେ ନିଆଁକୁ ଆୟତ କରିଥିଲେ । ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚିଛନ୍ତି ।
କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭୟାବହ ଅଗ୍ନିକାଣ୍ଡ । ହସ୍ପିଟାଲରେ ଡାଏଲେସିସ୍ ୱାର୍ଡରେ ଲାଗିଲା ନିଆଁ
/kanak/media/post_attachments/wp-content/uploads/2022/01/22-41.jpg)