କନକ ବ୍ୟୁରୋ : ତପସ୍ୱିନୀ ଏକ୍ସପ୍ରେସରେ ନିଆଁ । ପୁରୀ-ହଟିଆ ତପସ୍ୱିନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି । ଏକ୍ସପ୍ରେସର ୩ଟି ବଗିରେ ନିଆଁ ଲାଗିଛି । ପୁରୀ ଷ୍ଟେସନରେ ଟ୍ରେନଟି ଛିଡା ହୋଇଥିବା ବେଳେ ଅଗ୍ନିକାଣ୍ଡ ଘଟିଛି । ଦମକଳ ବାହିନୀ ପହଚିଂ ନିଆଁକୁ ଆୟତ କରିଛି । ଏସ-୩, ଏସ-୪, ଏସ-୫ ବଗିରେ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡରେ ଏସ-୪ ବଗି ପୋଡି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି ।
ତେବେ ବଗିରେ କେହି ନଥିବା ସମୟରେ ନିଆଁ ଲାଗିଥିବାରୁ କାହର କିଛି କ୍ଷତି ହୋଇନାହିଁ । ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ଏବେ ପୁରୀ ଷ୍ଟେସନରେ ରେଲବାଇର ବରିଷ୍ଠ ଅଧିକାରୀମାନେ ପହଂଚି ପୁରା ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ତେବେ କିଭଳି ଓ କାହିଁକି ନିଆଁ ଲାଗିଲା, ସେ ବାବଦରେ ସଠିକ ଭାବେ ଜଣାପଡିନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/804596-puri-fire-dna.jpg)