କନକ ବ୍ୟୁରୋ: କଟକ ପୁରୀଘାଟ ନିକଟ ରାଧାରମଣ ନର୍ସିଂହୋମରେ ନିଆଁ । ଅଗ୍ନିକାଣ୍ଡ ପରେ ଚାଲିଛି ଉଦ୍ଧାର କାମ । ହସ୍ପିଟାଲ ଭିତରୁ ରୋଗୀଙ୍କୁ ଉଦ୍ଧାର କାମ ଜୋରଦାର ଚାଲିଛି । ନିଆଁକୁ ଅଗ୍ନିଶମ ବାହିନୀ ସମ୍ପୂର୍ଣ୍ଣ ଆୟତ୍ତ କରିସାରିଥିବା ବେଳେ ରୋଗୀଙ୍କୁ ହସ୍ପିଟାଲ ଭିତରୁ ଉଦ୍ଧାର କରିଛନ୍ତି । ଏହାରି ଭିତରେ ଏକ ବଡ ସୂଚନା ଆସିଛି । ହସ୍ପିଟାଲ ଭିତରୁ ଜଣେ ପରେ ଜଣେ ରୋଗୀଙ୍କୁ ଉଦ୍ଧାର କରାଯାଉଥିବା ବେଳେ ଆହୁରି ରୋଗୀ ନର୍ସିଂହୋମରେ ଥିବା ସୂଚନା ମିଳିଛି । ପ୍ରାଥମିକ ଖବରରୁ ମିଳିଥିବା ସୂଚନା ଅନୁସାରେ ପ୍ରାୟ ୨୦ ଜଣ ରୋଗୀ ଥିଲେ । ସେଥିରୁ ୧୫ ଜଣଙ୍କୁ ଏସସିବି ସ୍ଥାନାନ୍ତର କରାଯାଇଛି । ମାତ୍ର ଆହୁରି ୫ରୁ ଅଧିକ କିମ୍ବା କମ ରୋଗୀ ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ।

Advertisment

ତେବେ ହସ୍ପିଟାଲରୁ ଉଦ୍ଧାର କରାଯାଉଥିବା ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଆମ୍ବୁଲାନ୍ସର ବ୍ୟବସ୍ଥା ହୋଇଥିଲେ ବି ବିଳମ୍ବରେ ଆମ୍ବୁଲାନ୍ସ ଆସୁଥିବା ଅଭିଯୋଗ ହେଉଛି ଏବଂ ଆମ୍ବୁଲାନ୍ସ ଅପେକ୍ଷାରେ ରୋଗୀ ରାସ୍ତାରେ ଶୋଇଛନ୍ତି । ସର୍ଟସର୍କିଟରୁ ନିଆଁ ଲାଗିଥିଲେ ହେଁ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା କଥା ଏସିରୁ ନିଆଁ ଲାଗିଛି ।