କନକ ବ୍ୟୁରୋ: ଜନଶତାବ୍ଦୀ ଟ୍ରେନରେ ନିଆଁ ଓ ଧୂଆଁ । ଭୁବନେଶ୍ୱରରୁ ହାୱଡା ଯାଉଥିବା ଜନଶତାବ୍ଦୀ ଟ୍ରେନରେ ହଠାତ୍ ବାହାରି ଥିଲା ପ୍ରବଳ ଧୂଆଁ । କଟକ ଷ୍ଟେସନରେ ଛିଡା ହୋଇଥିବାବେଳେ ଟ୍ରେନ୍ ବଗ ତଳୁ ଧୂଆଁ ବାହାରିବାର ଦେଖିବାକୁ ମିଳିଥିଲା । ତେବେ ଏତେ ମାତ୍ରାରେ ଧୂଆଁ ବାହାରୁଥିବା ଦେଖି ଯାତ୍ରୀ ଭୟବୀତ ହୋଇଯାଇଥିଲେ ।
ଆରପିଏଫ୍ ଓ ଅଗ୍ନିଶମ ବାହିନୀର ତତ୍ପରତା ପାଇଁ ଏକ ବଡ ଦୁର୍ଘଟଣା ଅଳ୍ପକେ ବର୍ତ୍ତି ଯାଇଥିଲା । ତୁରନ୍ତ ଆରପିଏଫ୍ ଯବାନ ଓ ଅଗ୍ନିଶମ ବାହିନୀ କର୍ମଚାରୀ ଧୂଆଁ ବାହାରିବାର କାରଣ ଖୋଜିବା ସହ ନିଆଁ ଓ ଧୂଆଁକୁ ଆୟତ୍ତ କରିଥିଲେ । ବ୍ରେକ୍ ବାଇଡିଂ ଯୋଗୁଁ ଡି-ନାଇନ୍ ବଗି ତଳୁ ଧୂଆଁ ବାହାରିଥିବା ଜଣାପଡିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/12/8-10.jpg)