ବଲାଙ୍ଗୀରରେ ଜଳିଗଲା ଭେଣ୍ଡିଂ ଜୋନ: ଦୁର୍ବୃତ୍ତ ନିଆଁଲଗାଇଥିବା ସନ୍ଦେହ; ଲକ୍ଷାଧିକ ଟଙ୍କାର ଫଳପୋଡି ପାଉଁଶ

Advertisment
ବଲାଙ୍ଗୀରରେ ଜଳିଗଲା ଭେଣ୍ଡିଂ ଜୋନ: ଦୁର୍ବୃତ୍ତ ନିଆଁଲଗାଇଥିବା ସନ୍ଦେହ; ଲକ୍ଷାଧିକ ଟଙ୍କାର ଫଳପୋଡି ପାଉଁଶ

କନକ ବ୍ୟୁରୋ: ବଲାଙ୍ଗିରରେ ଥିବା ଏକ ଟେମ୍ପୋରାରି ଭେଣ୍ଡିଂ ଜୋନରେ ଆଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ଜଣେ ଗୁରୁତର ଭାବେ ଆହତ ହୋଇ ଭୀମଭୋଇ ମେଡ଼ିକାଲରେ ଚିକିତ୍ସିତ ହେଉଛି । ନିଆଁରେ ଲକ୍ଷାଧିକ ଟଙ୍କାର ଫଳ ପୋଡ଼ି ପାଉଁଶ ହୋଇଯାଇଛି । ଗତକାଲି ରାତିରେ କେହି ଦୁର୍ବୃତ ନିଆଁ ଲାଗାଇଦେଇଥିବାର ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବଲାଙ୍ଗୀର ବସଷ୍ଟାଣ୍ଡ ନିକଟସ୍ଥ ଫଳ ମାର୍କେଟରେ ଅଗ୍ନିକାଣ୍ଡ ଘଟିଥିଲା। ଏଠାରେ ୭ଟି ଠେଲା ଜଳିଯାଇଥିଲା। ତାଛଡ଼ା ସେଠାରେ ଥିବା ଦେଢ ଲକ୍ଷରୁ ଅଧିକ ଟଙ୍କାର ଫଳ ନଷ୍ଟ ହୋଇଥିବା କୁହାଯାଉଛି। ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଖାଲି ସେତିକି ନୁହେଁ,  ଏଠାରେ ଥିବା ୧୦ଟି ଦୋକାନରେ ନିଆଁ ଲାଗି ଯାଇଥିଲା। ସବୁ ଦୋକାନର ଫଳ ପୋଡ଼ି ନଷ୍ଟ ହୋଇଯାଇଛି।

ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ହୋଇଥିଲେ ବି କେହି ଦୁର୍ବୃତ୍ତ ଫଳ ମାର୍କେଟରେ ନିଆଁ ଲଗାଇଥିବାର ସନ୍ଦେହ କରାଯାଉଛି। ନିଆଁରେ ପୋଡ଼ି ଗୁରୁତର ହୋଇଥିବା ଲୋକର ନାଆଁ ସିଲେଟ୍ ବୋଲି ସୂଚନା ମିଳିଛି। ତାଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe