ସିଏମସି ବିକାଶ ଭବନରେ ଅଗ୍ନିକାଣ୍ଡ : ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା; ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଲିଭା ଉଦ୍ୟମ ଜାରି

45

କନକ ବ୍ୟୁରୋ : କଟକର ସିଏମସି ‌ ବିକାଶ ଭବନରେ ଅଗ୍ନିକାଣ୍ଡ ଘଟିଛି । ବିକାଶ ଭବନରେ ଥିବା ଷ୍ଟୋର ରୁମରେ ଲାଗିଛି ନିଆଁ । ଖବର ପାଇ ଦମକଳ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇଛି । ତେବେ‌ ଏହି ନିଆଁ ବିକାଶ ଭବନ ପଛପଟେ ଥିବା ଅଳିଆ ଗଦାରୁ ବ୍ୟାପିଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ସିଏମସି ବିକାଶ ଭବନ ‌ଷ୍ଟୋର ରୁମରେ ଅଗ୍ନିକାଣ୍ତ ଘଟିଛି । ବିକାଶ ଭବନ ପଛ ପଟେ ଥିବା ଅଳିଆଗଦାରେ ନିଆଁ ଲଗାଇ ଅଳିଆ ପୋଡ଼ା ଯାଉଥିବା ସମୟରେ ଏହି ନିଆଁ ବିକାଶ ଭବନ ‌‌ଷ୍ଟୋର ରୁମକୁ ବ୍ୟାପି ସେଠାରେ ନିଆଁ ଲାଗିଛି । ଖବର ପାଇ ଦୁଇଟି ଦମକଳ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲା । ଷ୍ଟୋର ରୁମରେ ସମସ୍ତ ବିଦ୍ୟୁତ ସାମଗ୍ରୀ ରହିଥିବାରୁ ନିଆଁ ଲାଗି ବହୁ ସାମଗ୍ରୀ ନଷ୍ଟ ହୋଇଥିବା ସୂଚନା ମିଳିଛି ।

Comments are closed.