କନକ ବ୍ୟୁରୋ : କଟକର ସିଏମସି ବିକାଶ ଭବନରେ ଅଗ୍ନିକାଣ୍ଡ ଘଟିଛି । ବିକାଶ ଭବନରେ ଥିବା ଷ୍ଟୋର ରୁମରେ ଲାଗିଛି ନିଆଁ । ଖବର ପାଇ ଦମକଳ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇଛି । ତେବେ ଏହି ନିଆଁ ବିକାଶ ଭବନ ପଛପଟେ ଥିବା ଅଳିଆ ଗଦାରୁ ବ୍ୟାପିଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ସିଏମସି ବିକାଶ ଭବନ ଷ୍ଟୋର ରୁମରେ ଅଗ୍ନିକାଣ୍ତ ଘଟିଛି । ବିକାଶ ଭବନ ପଛ ପଟେ ଥିବା ଅଳିଆଗଦାରେ ନିଆଁ ଲଗାଇ ଅଳିଆ ପୋଡ଼ା ଯାଉଥିବା ସମୟରେ ଏହି ନିଆଁ ବିକାଶ ଭବନ ଷ୍ଟୋର ରୁମକୁ ବ୍ୟାପି ସେଠାରେ ନିଆଁ ଲାଗିଛି । ଖବର ପାଇ ଦୁଇଟି ଦମକଳ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲା । ଷ୍ଟୋର ରୁମରେ ସମସ୍ତ ବିଦ୍ୟୁତ ସାମଗ୍ରୀ ରହିଥିବାରୁ ନିଆଁ ଲାଗି ବହୁ ସାମଗ୍ରୀ ନଷ୍ଟ ହୋଇଥିବା ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/33.jpg)