କନକ ବ୍ୟୁରୋ : ରାଜଧାନୀରେ ଅଗ୍ନିକାଣ୍ଡ । ଜାଗମରା ସ୍ଥିତ ଏକ ଫିଟନେସ ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଜିମର ତଳ ମହଲା ପ୍ରବେଶ ପଥ ସିଡି ପାଖରେ ନିଆଁ ଲାଗିବାରୁ ୪ ମହଲା ବିଶିଷ୍ଟ ବିଲ୍ଡିଂକୁ ଧୂଆଁ ବ୍ୟାପୀ ଯାଇଥିଲା । ଆଉ ଜିମରେ ନିଆଁ ଲାଗିଯିବା ବେଳେ କିଛି କର୍ମଚାରୀ ଫସି ରହିଥିବା ସୂଚନା ମିଳିଥିିଲା ।

Advertisment

ତେବେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ କରିବା ପାଇଁ ଜୋରଦାର ଉଦ୍ୟମ କରିଥିଲା । କିଛି ସମୟ ପରେ ନିଆଁ ଆୟତ ହୋଇଥିଲା । ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ଜଣାପଡିଛି । ତେବେ ଏହି ଭୟାବହ ଅଗ୍ନିକାଣ୍ଡରେ ଫିଟନେସ ସେଂଟରର ବହୁ ମୂଲ୍ୟବାନ ସାମଗ୍ରୀ ଜଳିଯାଇଥିବା ସୂଚନା ରହିଛି । ତେବେ କେତେ ପରିମାଣର ସାମଗ୍ରୀ ନଷ୍ଟ ହୋଇଛି, ତା’ର ଆକଳନ କରାଯାଇନାହିଁ ।