ଦିଲ୍ଲୀର କଡ଼କଡ଼ଡୁମା ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ । ଆଉ ଏହି ଭୟଙ୍କର ଅଗ୍ନିକାଣ୍ଡରେ ଦିଲ୍ଲୀ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ହୁତୁହୁତୁ ହୋଇ ଜଳୁଥିବାର ଦେଖିବାକୁ ମିଳିଛି । ପୂରା ବିଲ୍ଡିଂକୁ ନିଆଁ ବ୍ୟାପିଥିବା ବେଳେ ଫାୟର ବ୍ରିଗେଡର ୨୨ଟି ଦମକଳ ଗାଡି ନିଆଁ ଲିଭା କାର୍ଯ୍ୟରେ ଲାଗିଛି ।

Advertisment

ଦିଲ୍ଲୀ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟର କାର୍ଯ୍ୟାଳୟ ବିଲ୍ଡିଂର ୬,୭ ଓ ୮ ନମ୍ବର ଫ୍ଲୋରରେ ଏହି ନିଆଁ ଲାଗିଛି । ଯାହାଫଳରେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନଷ୍ଟ ହୋଇଯାଇଥିବା ଅନୁମାନ କରାଯାଉଛି । ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ହୋଇଛି ସେନେଇ କୌଣସି ସୂଚନା ମିଳିପାରିନାହିଁ । ମଧ୍ୟାହ୍ନ ପ୍ରାୟ ୧ଟା ୩୦ ମିନିଟରେ ବିଲ୍ଡିଂରେ ନିଆଁ ଲାଗିଥିଲା । ପରେ ଦମକଳ ବାହିନୀକୁ ଏନେଇ ଖବର ଦେବା ପରେ ଘଟଣାସ୍ଥଳରେ ୨୨ଟି ଦମକଳ ଗାଡି ଓ ୬୦ ଜଣ କର୍ମଚାରୀ ପହଞ୍ଚିଥିଲେ । ଏହି ଭୟଙ୍କର ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି ।