କନକ ବ୍ୟୁରୋ : ଅଙ୍ଗନବାଡି କେନ୍ଦ୍ରରେ ଫାଟିଲା ଗ୍ୟାସ ଟାଙ୍କି । ଲଳିତଗିରି ଅଙ୍ଗବାଡି କେନ୍ଦରେ ଗ୍ୟାସ ଟାଙ୍କି ଫାଟିଥିବା ଜଣାପଡିଛି । ପାଚିକା ରୋଷେଇ କଲା ବେଳେ ହଠାତ୍ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିଥିବା ଦେଖି ପିଲାଙ୍କୁ ବାହାରକୁ ସହାୟିକା ବାହାର କରି ଦେଇଥିଲେ । ତେବେ ଦୁର୍ଘଟଣାରୁ ୨୦ ଜଣ କୁନି କୁନି ପିଲା ବର୍ତ୍ତି ଯାଇଛନ୍ତି । ତେବେ ଦୁର୍ଘଟଣାରେ କେହି ବି ମୃତାହତ ହୋଇନଥିବା ସୂଚନା ରହିଛି ।
ଅଙ୍ଗନବାଡି କେନ୍ଦ୍ରରେ ଫାଟିଲା ଗ୍ୟାସ ଟାଙ୍କି : ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୨୦ କୁନି କୁନି ପିଲା
/kanak/media/post_attachments/wp-content/uploads/2022/11/44-4.jpg)