କନକ ବ୍ୟୁରୋ: ଖୋର୍ଦ୍ଧା ସାରୁଅ ଶିଳ୍ପା ଞ୍ଚଳ ତେଲ ଫ୍ୟାକ୍ଟ୍ରିରେ ନିଆଁ । ‘ୟୁନିଭରସାଲ ଇନ୍ଫ୍ରା ଆଣ୍ଡ ଏଗ୍ରୀ ଅଏଲ ପ୍ରାଇଭେଟ୍ ଲିମିଟେଡ’ ନାମକ ତେଲ ଫ୍ୟାକ୍ଟ୍ରିରେ ନିଆଁ ଲାଗିଛି । ତେଲ ପ୍ୟାକିଂ ପାଇଁ ଥିବା ଆବଶ୍ୟକ ସାମଗ୍ରୀରେ ନିଅାଁ ଲାଗିଥିବା ଜଣାପଡ଼ିଛି । ସର୍ଟ ସର୍କିଟ୍ ଯୋଗୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ନିଆଁ ଲିଭାଇବା ପାଇଁ ୩ଟି ଦମକଳ ବାହିନୀ ଗାଡିକୁ ନିୟୋଜିତ କରାଯାଇଛି । ଏଥିରେ କୌଣସି କର୍ମଚାରୀଙ୍କର କିଛି କ୍ଷତି ହୋଇନଥିବା ଜଣାପଡିଛି ।