ପଞ୍ଚାୟତ ଅଫିସରେ ଲାଗିଲା ନିଆଁ । ଜଳିଗଲା ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର । ବସ୍ତା ବ୍ଲକ କୁଳିଦା ପଞ୍ଚାୟତର ଅଫିସରେ ଅଘଟଣ ।

63

କନକ ବ୍ୟୁରୋ: ପଞ୍ଚାୟତ ଅଫିସରେ ଲାଗିଲା ନିଆଁ । ଜଳିଗଲା ଲକ୍ଷାଧିକ ଟଙ୍କାର ଆସଭାବପତ୍ର । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ କୁଳିଦା ପଞ୍ଚାୟତର ଅଫିସରେ ଅଭାବନୀୟ ଘଟଣା । ହଠାତ ନିଆଁ ଲାଗିବା ଦେଖି ଅଗ୍ନିଶମବାହିନୀକୁ ସୂଚନା ଦିଆଯାଇଥିଲା । ଅଗ୍ନୀସମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ କିପରି ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ । ତେବେ ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ୍ କରି ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଅଗ୍ନିକାଣ୍ଡ ଯୋଗୁଁ ଅଫିସ ଉପର ମହଲା କ୍ଷତିଗ୍ରସ୍ତ ହେବା ସହିତ ଦେଢ ଲକ୍ଷ ଟଙ୍କାର ଆସବାବପତ୍ର ପାଉଁଶ ହୋଇଯାଇଥିବା କହିଛନ୍ତି ପୂର୍ବତନ ସରପଞ୍ଚ ।