କରଞ୍ଜିଆ ସବ୍ ଟ୍ରେଜେରୀ ଅଫିସରେ ଅଗ୍ନିକାଣ୍ଡ : ଜଳିଗଲା ଅଫିସର ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର

ନିଆଁ ଲାଗିବାର କାରଣ ଅସ୍ପଷ୍ଟ

129

କନକ ବ୍ୟୁରୋ : କରଞ୍ଜିଆ ଟ୍ରେଜେରୀ ଅଫିସରେ ଅଗ୍ନିକାଣ୍ଡ । ନିଆଁ ଲାଗି ବହୁ ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର ସହିତ ବହୁ କମ୍ପ୍ୟୁଟର ଯନ୍ତ୍ରାଂଶ ପୋଡ଼ି ନଷ୍ଟ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର୍ ପ୍ରାୟ ୪ଟା ୪୫ ମିନିଟ୍ ସମୟରେ ବେଳେ କୌଣସି କାରଣରୁ ସବ୍ ଟ୍ରେଜେରି ଅଫିସରେ ନିଆଁ ଲାଗି ଯାଇଥିଲା। ଧୂଆଁ ବାହାରିବା ଦେଖି ସେଠାରେ ଥିବା ଗାର୍ଡ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ ।

ଏହାପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ । ମାତ୍ର ସେତେବେଳକୁ ଅଫିସର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ଫାଇଲ୍ ସହିତ କେତେକ କମ୍ପ୍ୟୁଟର, ପ୍ରିଣ୍ଟର୍ ପୋଡ଼ି ନଷ୍ଟ ହୋଇଯାଇଥିଲା । ତେବେ ନିଆଁ କିପରି ଲାଗିଲା, ତାହା ସ୍ପଷ୍ଟ ହୋଇନାହିଁ । ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ସବ୍ ଟ୍ରେଜେରି ଅଫିସର ହେମେନ୍ଦ୍ର ମୁର୍ମୁ ଉପସ୍ଥିତ ଥିବା ଜଣାଯାଇଛି ।