ବାଣ ଗୋଦାମରେ ଲାଗିିଲା ନିଆଁ ; ୧୩ ଜୀବନ୍ତ ଦଗ୍ଧ, ୭ ଆହତ

Advertisment
ବାଣ ଗୋଦାମରେ ଲାଗିିଲା ନିଆଁ ; ୧୩ ଜୀବନ୍ତ ଦଗ୍ଧ, ୭ ଆହତ

କନକ ବ୍ୟୁରୋ: ଶନିବାର ଦିନ କର୍ଣ୍ଣାଟକ-ତାମିଲନାଡୁ ସୀମାନ୍ତ ଅଞ୍ଚଳ ନିକଟ ଅତ୍ତିବେଲେସ୍ଥିତ ଏକ ଗୋଦାମରେ ବାଣ ରଖାଯାଉଥିବା ବେଳେ ନିଆଁ ଲାଗିଯାଇ ବିସ୍ଫୋରଣ ଘଟିବାରୁ ୧୩ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇ ମରିଥିବା ବେଳେ ଆଉ ୭ଜଣ ଆହତ ହୋଇଥିବା କଥା ପୁଲିସ କହିଛି।

ସେଣ୍ଟ୍ରାଲ୍‌ ରେଞ୍ଜ୍‌ ‘ଆଇଜିପି’ ବି. ଆର୍‌. ରବିକାନ୍ତେ ଗୌଡ଼ା କହିଛନ୍ତି, ଆହତମାନଙ୍କୁ ୨ଟି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ଅଛି। ବେଙ୍ଗାଲୁରୁ ଗ୍ରାମୀଣ ଜିଲ୍ଲା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ମଲ୍ଲିକାର୍ଜୁନ ବାଲାଦାନ୍ଦି କହିଛନ୍ତି, ଗୋଦାମରେ ୨୦ଜଣ ଲୋକ କାମ କରୁଥିଲେ। ସେମାନଙ୍କ ମଧ୍ୟରୁ କେତେ ଜଣ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କ ସନ୍ଧାନ ନେବା ପାଇଁ ଉଦ୍ୟମ ଚାଲିଛି। ଗୋଦାମ ପାଖରେ ରଖାଯାଇଥିବା କେତୋଟି ଗାଡ଼ି ମଧ୍ୟ ନିଆଁରେ ପୋଡ଼ି ନଷ୍ଟ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe