କନକ ବ୍ୟୁରୋ : ତେଲେଙ୍ଗାନା ସିକନ୍ଦରାବାଦ ଇଲେକ୍ଟ୍ରି ସ୍କୁଟର ସୋରୁମରେ ଭୟଙ୍କର ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ସ୍କୁଟର ଚାର୍ଜ କରାଯାଉଥିବା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା । ଏଥିରେ ଘଟଣାସ୍ଥଳରେ ୮ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ଅନ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରାଯାଉଛି । ସ୍କୁଟର ସୋରୁମ୍ ଉପରେ ଏକ ଲଜ୍ ରହିଛି ।

Advertisment

ସେଠାରେ ମଧ୍ୟ ଅନେକ ଲୋକ ଫସି ହୋଇ ରହିଥିବା ଜଣାପଡ଼ିଛି । ସୋରୁମରେ ନିଆଁ ଲାଗିବାରୁ ୫ଟି ନୂଆ ଇଲେକ୍ଟ୍ରି ସ୍କୁଟର ଓ ୧୨ଟି ପୁରୁଣା ଇଲେକ୍ଟ୍ରି ସ୍କୁଟର ଜଳି ଯାଇଛି । ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଆହତଙ୍କ ଆଶୁଆରୋଗ୍ୟ କାମନା ସହ ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ।