ଏରୋ ଇଣ୍ଡିଆ ଶୋ’ ୨୦୧୯ ପାର୍କିଙ୍ଗ୍ କ୍ଷେତ୍ରରେ ଲାଗିଲା ଭୀଷଣ ନିଆଁ ! ହୁତ୍ ହୁତ୍ ହୋଇ ଜଳିଲା କାର୍ ।

113

ବାଙ୍ଗାଲୋରରେ ଚାଲିଥିବା ଏରୋ ଇଣ୍ଡିଆ ଶୋ’ ୨୦୧୯ ରେ ନିଆଁ ଲାଗିଥିବା ଘଟଣା ଏବେ ସାମ୍ନାକୁ ଆସିଛି । କାର୍ଯ୍ୟକ୍ରମ ସ୍ଥଳ ପାଖରେ ପାର୍କିଙ୍ଗ୍ କ୍ଷେତ୍ରରେ ଆଜି ଭୀଷଣ ନିଆଁ ଲାଗିଯାଇଛି । ହୁତୁହୁତୁ ହୋଇ ଜଳୁଥିବା ନିଆଁ ପାର୍କିଙ୍ଗରେ ଠିଆ ହୋଇଥିବା ଅନେକ କାର୍ ଏବଂ ବାହନକୁ ନିଜ ଅକ୍ତିଆରରେ ନେଇଥିଲା । ଏହି କାରଣରୁ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରେ ଧାଁ ଧଉଡ ଦେଖାଯାଇଥିଲା ।

ଉକ୍ତ ସ୍ଥାନରେ ଦମକଳ ବାହିନୀର ଗାଡି ଆସି ନିଆଁକୁ ଅକ୍ତିଆର କରିବାକୁ ଚେଷ୍ଟା କରିଛନ୍ତି । କୁହାଯାଉଛି କି ପି ୫ ପାର୍କିଙ୍ଗ୍ କ୍ଷେତ୍ରରେ ଶୁଖି ଯାଇଥିବା ଘାସରେ ଅଚାନକ ନିଆଁ ଲାଗିଯାଇଥିଲା । ଏହାପରେ ଅନ୍ୟ ଗାଡିମାନଙ୍କୁ ଏହି ନିଆଁ ଧରିଥିଲା । ତେବେ ଏବେ ବି ନିଆଁ ଲିଭାଇବାକୁ ଚେଷ୍ଟା କରାଯାଉଛି । କିନ୍ତୁ ୩୦୦ ଗାଡି ଏହି ନିଆଁର ଅକ୍ତିଆରରେ ରହିଛି ।