କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲାଗିଲା ନିଆଁ । ସ୍ତ୍ରୀ ପ୍ରସୂତି ଓ ଶିଶୁ ବିଭାଗ ୱାର୍ଡରେ ନିଆଁ । ରାତି ପ୍ରାୟ ୧୨ଟା ବେଳେ ସ୍ତ୍ରୀ ପ୍ରସୂତି ଓ ଶିଶୁ ବିଭାଗ ବିଲ୍ଡିଂର ଚତୁର୍ଥ ମହଲାରେ ନିଆଁ ଲାଗିଥିଲା । ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି ।
ସଦର ଏସଡିପିଓ ଓ ଟାଉନ ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚିଥିଲେ । ଖବର ପାଇ ଅଗ୍ନିଶମ ବିଭାଗର ୩୦ଜଣିଆ ଟିମ ଘଟଣାସ୍ଥଳରେ ପହଞ୍ଚିି ନିଆଁକୁ ଆୟତ କରିଥିଲା । ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଶିଶୁମାନଙ୍କୁ ତଳ ମହଲାରେ ରଖାଯାଇଛି । କଳାହାଣ୍ଡି ଏସପି ଓ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/01/1-36.jpg)