କନକ ବ୍ୟୁରୋ: ବାରିପଦାରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆ ଜୋନାଲ ଅଫିସରେ ଲାଗିଲା ନିଆଁ । ଫଳରେ ୪ଜଣ କର୍ମଚାରୀ ଅସୁସ୍ଥ ହୋଇଥିବା ଜଣାପଡିଛି । ବ୍ୟାଙ୍କରେ ଅନେକ କର୍ମଚାରୀ ଫଶିରହିଥିବା କୁହାଯାଉଛି । ନିଆଁ ଲିଭାଇବାକୁ ଏକାଧିକ ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି । ତେବେ ପ୍ରକୃତ କ୍ଷୟକ୍ଷତିର ସୂଚନା ମିଳିନାହିଁ । ଅଗ୍ନିକାଣ୍ଡର ସଠିକ କାରଣ ଏଯାଏଁ ଜଣାପଡିନି ।