କଲିକତାର କ୍ୟାନିଙ୍ଗ ଷ୍ଟ୍ରିଟର ବାଗ୍ରି ବଜାରରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲିଭାଇବାରେ ୩୦ ଦମକଳ ନିୟୋଜିତ

Advertisment
କଲିକତାର କ୍ୟାନିଙ୍ଗ ଷ୍ଟ୍ରିଟର ବାଗ୍ରି ବଜାରରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲିଭାଇବାରେ ୩୦ ଦମକଳ ନିୟୋଜିତ

କନକ ବ୍ୟୁରୋ : ରବିବାର ପ୍ରତ୍ୟୁଷରେ କେନ୍ଦ୍ରୀୟ କଲିକତାର କ୍ୟାନିଙ୍ଗ୍ ଷ୍ଟ୍ରିଟ୍ ଅନ୍ତର୍ଗତ ବାଗ୍ରି ବାଜାରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରେ ପ୍ରାୟ ୩୦ଟି ଦମକଳ ପହଞ୍ଚିଛନ୍ତି। ରାତି ପ୍ରାୟ ୨. ୪୫ ମିନିଟ୍ ସମୟରେ ନିଆଁ ବ୍ୟାପିଥିଲା। କଲିକତାର ମେୟର୍ ଶୋଭନ ଚାଟାର୍ଜୀ କହନ୍ତି: ଆମେ ପାରୁପର୍ଯ୍ୟନ୍ତ ଉଦ୍ୟମ କରୁଛୁ, କିନ୍ତୁ ଗୁଡ଼ାଏ କୋଠାବାଡ଼ି ଥିବାରୁ ଏଠାରେ ନିଆଁ ଲିଭା ଅଭିଯାନ ବଡ଼ କଷ୍ଟସାଧ୍ୟ ହୋଇପଡ଼ିଛି। କେହି ଆହତ ହୋଇଥିବା ଖବର ନାହିଁ। ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ। ପ୍ରଥମେ କ୍ୟାନିଙ୍ଗ୍ ଷ୍ଟ୍ରିଟ୍ ଅଗ୍ନିକାଣ୍ଡସ୍ଥଳକୁ ୨୦ଟି ଦମକଳ ପଠାଯାଇଥିଲା, ମାତ୍ର ନିଆଁ ଅଧିକ ଚରିଯିବାରୁ ଆଉ ଦଶଟି ଦମକଳ ପଠାଯାଇଛି।

publive-imageକ୍ୟାନିଙ୍ଗ୍ ଷ୍ଟ୍ରିଟରେ ଯାନବାହନ ଚଳାଚଳ ଉପରେ ଟ୍ରାଫିକ୍ ପୁଲିସ କଟକଣା ଜାରି କରିଛି। ମାଜେରହାଟ୍ ପୋଲ ଭୁଶୁଡ଼ି ପଡ଼ିବା ଦିନ ଠାରୁ କଲିକତାର ଜାତୀୟ ଗଣମାଧ୍ୟଗୁଡ଼ିକର ମୁଖ୍ୟ ଖବର ପାଲଟିଛି। ୪୦ ବର୍ଷ ପୁରାତନ ସେ ପୋଲଟି ଦକ୍ଷିଣ କଲିକତାର ମୁଖ୍ୟ ସଂଯୋଗକାରୀ ରାସ୍ତା ଭାବେ ବ୍ୟବହୃତ ହୋଇଆସୁଥିଲା। ପ୍ରତ୍ୟେହ ତା’ ଉପର ଦେଇ ଶହ ଶହ ଲୋକେ ଯାତାୟାତ କରୁଥିଲେ। ପୋଲ ଭାଙ୍ଗିପଡ଼ିବା ପରେ ଉଦ୍ଧାର କାର୍ଯ୍ୟ ପ୍ରାୟ ଗୋଟିଏ ସପ୍ତାହ ଧରି ଚାଲିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe