ଦିଲ୍ଲୀ ସିରସପୁର ସ୍ଥିତ ରବର ଗୋଦାମରେ ଅଗ୍ନିକାଣ୍ଡ : ନିଆଁ ଲିଭା କାମରେ ୨୬ଟି ଦମକଳ ଗାଡି ନିୟୋଜିତ

53

ଦିଲ୍ଲୀରେ ଦୁର୍ଘଟଣା ଥମିବାର ନାଁ ନେଉନି । ଦିଲ୍ଲୀ ସିରସପୁର ସ୍ଥିତ ରବର ଗୋଦାମରେ ଭୟାବହ ଅଗ୍ନିକାଣ୍ଡ । ଆଜି ସକାଳେ ରବର ଗୋଦାମରେ ନିଆଁ ଲାଗିଛି । ରବର ଗୋଦାମରେ ନିଆଁ ଲାଗିବାରୁ ସାରା ଅଂଚଳ ଧୁଆଁ ଧୁଆଁ ହୋଇଯାଇଛି । ଅଗ୍ନିକାଣ୍ଡର ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି । ୨୬ଟି ଦମକଳ ଗାଡି ନିଆଁ ଲିଭା କାମରେ ନିୟୋଜିତ ହୋଇଛନ୍ତି । ରବର ଗୋଦାମରେ କେମିତି ନିିଆଁ ଲାଗିଲା ତାହ ଜଣାପଡିନଥିବାବେଳେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ଜଣାପଡିଛି ।