କନକ ବ୍ୟୁରୋ : ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା ଘର । ଲକ୍ଷାଧିକ ଟଙ୍କାର ସମ୍ପତି ହୋଇଗଲା ନଷ୍ଟ । କୃଷ୍ଣପ୍ରସାଦ ବ୍ଲକ ବାଲିପାଟପୁର ଗାଁରେ ଘଟିଛି ଏହି ଅଘଟଣ । ବିଳମ୍ବିତ ରାତିରେ ଘରେ ସମସ୍ତେ ଶୋଇଥିବା ବେଳେ ନିଆଁ ଲାଗି ସବୁ କିଛି ପୋଡି ପାଉଁଶ ହୋଇଯାଇଛି । ୬ ବଖରା ଘରେ ଅମଳ ହୋଇଥିବା ୪୦ ବସ୍ତା ଧାନ ସମେତ ଘରର ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଛି । ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି ।
ଘରେ ସମସ୍ତେ ଶୋଇଥିବା ବେଳେ ଘରେ ହଠାତ୍ ନିଆଁ ଲାଗିଯାଇଥିଲା । ନିଆାଁର ଭୟବହତା ଅଧିକ ଥିବା ବେଳେ ଘରୁ ଲୋକେ ବାହାରିପାରିନଥିଲେ । ଏଥିରେ ଜଣେ ଆହତ ହୋଇଥିବା ବେଳେ ୪ଟି ଗାଈ ଦଗ୍ଧ ହୋଇଯାଇଛନ୍ତି । ବିଦ୍ୟୁତ ସଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଏବେ ବିପନ୍ନ ଖୋଲା ଆକାଶ ତଳେ ଜୀବନ କାଟୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/Screen-Shot-2023-11-13-at-11.27.15-AM.jpg)