କଟକ କୋଭିଡ୍ ହସ୍ପିଟାଲରେ ନିଆଁ: ଜଗତପୁର ସଦଗୁରୁ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ; ସଟସର୍କିଟ ନିଆଁ ଲାଗିଥିବା ସନ୍ଦେହ, ନିଆଁ ଲିଭା କାର୍ଯ୍ୟରେ ଅଗ୍ନିଶମ କର୍ମଚାରୀ

127

କନକ ବ୍ୟୁରୋ: କୋଭିଡ ହସ୍ପିଟାଲରେ ନିଆଁ । କଟକ ଜଗତସିଂହପୁର ସ୍ଥିତି ସଦଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଥିବା ବେଳେ ଘଟଣାସ୍ଥଳରେ ୨ଟି ଦମକଳଗାଡି ପହଂଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଜାରି ରଖିଛନ୍ତି । ତେବେ ଜଗତପୁର ସଦଗୁରୁ କୋଭିଡ ହସପିଟାଲ ICUରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ତେବେ ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି ।

କଟକ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ । ଜଗତପୁର ସ୍ଥିତି ସଦଗୁରୁ କୋଭିଡ ହସ୍ପିଟାଲରେ ନିଆଁ ଲାଗିଛି । କେଉଁ କାରଣରୁ କୋଭିଡ ହସ୍ପିଟାଲରେ ନିଆଁ ଲାଗିଲା ତାହା ଜଣାପଡିନାହିଁ । ତେବେ ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି । ଖବର ପାଇ ଘଟଣାସ୍ଥଳରେ ପହଂଚି ୨ଟି ଦମକଳ ଗାଡି ନିଆଁ ଲିଭାଇ କାମ ଜାରି ରଖିଛନ୍ତି ।  ଅନ୍ୟପଟେ ଅଗ୍ନିକାଣ୍ଡ ଘଟିବା ପରେ ପରେ ମେଡିକାଲରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ତୁରନ୍ତ ଉଦ୍ଧା କରାଯାଇଥିଲା । ପିପିଇ କିଟ୍ ପିନ୍ଧି ଉଦ୍ଧାର କାର୍ଯ୍ୟ ଜାରି ରହିଛି । କୋଭିଡ ହସ୍ପିଟାଲରୁ ଗୁରୁତର ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀ, କଟକ ଡିସିପି ଓ ଜିଲ୍ଲାପାଳ ଉପସ୍ଥିତ ଅଛନ୍ତି ।

Comments are closed.