ଭୁବନେଶ୍ୱରର ନନ୍ଦନବିହାର କବାଡିଖାନାରେ ଭୟଙ୍କର ନିଆଁ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ; ସେପଟେ ନୟାଗଡର ଏକ ପେଟ୍ରୋଲ ପମ୍ପରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ

ଭୁବନେଶ୍ୱରର ନନ୍ଦନବିହାର କବାଡିଖାନାରେ ଭୟଙ୍କର ନିଆଁ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ; ସେପଟେ ନୟାଗଡର ଏକ ପେଟ୍ରୋଲ ପମ୍ପରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ

କନକ ବ୍ୟୁରୋ: ଭୁବନେଶ୍ୱରର ନନ୍ଦନବିହାର କବାଡି ଖାନାରେ ଲାଗିଲା ଭୟଙ୍କର ନିଆଁ । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ଘଟଣାସ୍ଥଳରେ ପଂହଚି ନିଆଁକୁ ଆୟତ କରିବାକୁ ଦମକଳବାହିନୀକୁ କସରତ କରିବାକୁ ପଡିଥିଲା । ବର୍ତମାନ ନିଆଁ ଆୟତ ହୋଇସାରିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।publive-image

ସେପଟେ, ପେଟ୍ରୋଲ ପମ୍ପରେ ଅଘଟଣ । ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ଦୁର୍ବୃତ । ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା ଅନ୍ତର୍ଗତ ସିଙ୍ଗାପଡା ପେଟ୍ରୋଲ ପମ୍ପରେ ଏଭିଳି ଅଘଟଣ ଘଟିଛି । ତେବେ ପେଟ୍ରୋଲ ପମ୍ପ କର୍ମଚାରୀ ନିଆଁକୁ ଆୟତ କରିଥିବାରୁ ଏକ ବଡ ଧରଣର ଅଘଟଣ ଟଳି ଯାଇଛି । ଗତକାଲି ପେଟ୍ରୋଲ ପକାଇବାକୁ ନେଇ ସ୍ଥାନୀୟ ଜଣେ ଯୁବକଙ୍କ ସହ କର୍ମଚାରୀଙ୍କର ବଚସା ହୋଇଥିଲା । ଏହାକୁ କେନ୍ଦ୍ର କରି ସେହି ଯୁବକ ଜଣଙ୍କ ବିଳମ୍ବିତ ରାତିରେ ଏଭଳି କାଣ୍ଡ କରିଥିବା ପୁଲିସ କହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe