ଗଞ୍ଜାମ ଜିଲ୍ଲା ସୁନାଥର ଗାଁରେ ଭୟାବହ ଅଗ୍ନିକାଣ୍ଡ । ଚାହୁଁ ଚାହୁଁ ଜଳିଗଲା ୩୦ବଖରା ଘର । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ, ହୋଇପାରୁନି କ୍ଷୟକ୍ଷତି ଆକଳନ

କମ ସମୟ ମଧ୍ୟରେ ଘରକୁ ଘର ବ୍ୟାପିଗଲା ନିଆଁ । କିଛି ଘଂଟା ମଧ୍ୟରେ ନିଆଁକୁ ଆୟତ କଲା ଦମକଳ

178

କନକ ବ୍ୟୁରୋ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୩୦ବଖରା ଘର । ଗଞ୍ଜାମ ଜିଲ୍ଲା ପୁରୁଷୋତମପୁର ଥାନା ଅନ୍ତର୍ଗତ ସୁନାଥର ଗାଁରେ ହୋଇଛି ଏହି ଅଗ୍ନିକାଣ୍ଡ । ଆଜି ସକାଳୁ ଗାଁର ନୂଆସାହି କୌଣସି କାରଣ ବଶତଃ ଏକ ଘରେ ନିଆଁ ଲାଗିଯାଇଥିଲା । ପରେ ଏହା ଗୋଟିଏରୁ ଆଉ ଗୋଟିଏ ଘରକୁ ଡେଇଁଥିଲା । ଏମିତି ପ୍ରାୟ ୩୦ରୁ ଅଧିକ ଘରେ ଲାଗିଯାଇଥିଲା ନିଆଁ ।

ଅଧିକାଂଶ ଚାଳ ଛପର ଘର ହୋଇଥିବାରୁ ଅତି କମ ସମୟ ମଧ୍ୟରେ ବ୍ୟାପିଯାଇଥିଲା ନିଆଁ । ଲୋକେ ନିଆଁ ଲିଭାଇବାକୁ ବି ସମୟ ପାଇନଥିଲେ । ଖବର ପାଇ ପୁରୁଷୋତ୍ତମ ଅଗ୍ନିଶମ ବିଭାଗର ୨ଟି ଗାଡି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲା । କିଛି ଘଂଟା ମଧ୍ୟରେ ନିଆଁକୁ ଆୟତ ମଧ୍ୟ କରାଯାଇଥିଲା । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏବେ ବି ସ୍ପଷ୍ଟ ହୋଇନାହିଁ । ନିଆଁରେ ପୋଡିଯାଇଥିବା ସମ୍ପତିର ଆକଳନ ମଧ୍ୟ କରାଯାଇନାହିଁ ।