ଜଳିଗଲା ବାଲେଶ୍ୱର ଜଳେଶ୍ୱରରେ ଥିବା ପାୱାର ଗ୍ରୀଡ୍ । ୧୮୦ଟି ଗାଁରେ ବିଦ୍ୟୁତ୍ ସେବା ଠପ୍ ।

ଜଳିଗଲା ବାଲେଶ୍ୱର ଜଳେଶ୍ୱରରେ ଥିବା ପାୱାର ଗ୍ରୀଡ୍ । ୧୮୦ଟି ଗାଁରେ ବିଦ୍ୟୁତ୍ ସେବା ଠପ୍ ।

କନକ ବ୍ୟୁରୋ : ବାଲେଶ୍ୱର ବସ୍ତା-ଜଳେଶ୍ୱର ପାୱାର ଗ୍ରୀଡରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ଟ୍ରାନ୍ସଫର୍ମର । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ଉପସ୍ଥିତ ରହି ନିଆଁକୁ ଆୟତ୍ତ କରିଛି ।
ସୂଚନା ଅନୁସାରେ ଜଳେଶ୍ୱର ପାୱାର ଗ୍ରୀଡରେ ହଠାତ୍ ଟ୍ରାନ୍ସଫର୍ମରରେ ନିଆଁ ଲାଗି କିଛି ସମୟ ଭିତରେ ହୁତୁ ହୁତୁ ହୋଇ ଜଳିବା ଆରମ୍ଭ କରିଥିଲା । ବିଦ୍ୟୁତ ବିଭାଗ କର୍ମଚାରୀ ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ ବି କୌଣସି ସୁଫଳ ମିଳି ନଥିଲା । ଶେଷରେ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଛି । ସର୍ଟସର୍କିଟ ପାଇଁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ତେବେ ପାୱାର ଗ୍ରୀଡରେ ନିଆଁ ଲାଗିବା କାରଣରୁ ୧୮୦ଟି ଗାଁରେ ବିଦ୍ୟୁତ ସେବା ପ୍ରଭାବିତ ହୋଇଛି । ଏହି ଗାଁକୁ ବିଜୁଳି ସମ୍ପୂର୍ଣ୍ଣ ଠପ୍ ହୋଇ ଯାଇଛି । ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଥିବା ବେଳେ ବିଦ୍ୟୁତ୍ ସରବରାହ ବନ୍ଦ ରହିବା କାରଣରୁ ହନ୍ତସନ୍ତ ହେଉଛନ୍ତି ଲୋକେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe