ରାସ୍ତା ଉପରେ ଜଳିଲା ୧୦୮ ଆମ୍ବୁଲାନ୍ସ, ବୁଦ୍ଧି ଖଟାଇ ବଞ୍ଚିଗଲେ କର୍ମଚାରୀ

128

କନକ ବ୍ୟୁରୋ : ହଠାତ୍ ଜଳିଲା ୧୦୮ ଆମ୍ବୁଲାନ୍ସ । ଚଳନ୍ତା ଆମ୍ବୁଲାନ୍ସରେ ଲାଗିଲା ନିଆଁ । ଅଳ୍ପକେ ବଞ୍ଚିଗଲେ ଆମ୍ବୁଲାନ୍ସ କର୍ମଚାରୀ । ସ୍ଥାନୀୟ ଲୋକ ପାଣି ପକାଇ ନିଆଁକୁ ଆୟତ୍ତ କରିଛନ୍ତି । କେନ୍ଦ୍ରାପଡା କଜଳା ଠାରେ ୧୦୮ ଆମ୍ବୁଲାନ୍ସରେ ନିଆଁ ଲାଗିଥିବା ବେଳେ ଏହାକୁ ଆୟତ୍ତ କରାଯାଇଛି ।

ମିଳିଥିବା ସୂଚନା ମୁତାବକ, କଟକରେ ରୋଗୀଙ୍କୁ ଛାଡି ଫେରୁଥିବା ବେଳେ କଜଳା ନିକଟରେ ଗାଡିରେ ହଠାତ୍ ନିଆଁ ଲାଗିଯାଇଥିଲା । ତେବେ ଗାଡିଟି ଜାଳିବା ଆରମ୍ଭ ହେବାରୁ ଡ଼୍ରାଇଭର ଗାଡିକୁ ରାସ୍ତାକଡରେ ରଖି ବାହାରକୁ ଡେଇଁ ପଡିଥିଲେ । ତେବେ ନିକଟରେ ଥିବା ଦୋକାନୀ ଓ ସ୍ଥାନୀୟ ଲୋକମାନେ ତୁରନ୍ତ ଗାଡିରେ ପାଣି ପକାଇ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । ଅଗ୍ନିଶମ କର୍ମଚାରୀ ପହଞ୍ଚିବା ପୂର୍ବରୁ ନିଆଁକୁ ଆୟତ୍ତ କରିଥିଲେ ସ୍ଥାନୀୟ ଲୋକେ ।