ଗୁଜୁରାଟ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ : ୧୫ରୁ ଅଧିକ କରୋନା ରୋଗୀ ମୃତ; ପଟେଲ ୱେଲଫାୟାର କୋଭିଡ ୱାର୍ଡରେ ଥିଲେ ସମସ୍ତ ଆକ୍ରାନ୍ତ

ଗୁଜୁରାଟ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ : ୧୫ରୁ ଅଧିକ କରୋନା ରୋଗୀ ମୃତ; ପଟେଲ ୱେଲଫାୟାର କୋଭିଡ ୱାର୍ଡରେ ଥିଲେ ସମସ୍ତ ଆକ୍ରାନ୍ତ

କନକ ବ୍ୟୁରୋ : ଗୁଜୁରାଟ ଭରୁଚରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ଏଠାରେ ଥିବା ପଟେଲ ୱେଲ ଫେୟାର କୋଭିଡ ହସ୍ପିଟାଲରେ ଗତକାଲି ମଧ୍ୟ ରାତିରେ ଅଗ୍ନିକାଣ୍ଡ ଘଟିବା ଫଳରେ ଏବେ ସୁଦ୍ଧା ୧୫ରୁ ଉର୍ଦ୍ଧ୍ବ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଘଟଣାସ୍ଥଳରେ ଦମକଳବାହୀନି ପହଁଚି ନିଆଁକୁ ଆୟତ କରିଛି ।

ଏହି ହସ୍ପିଟାଲରେ ୫୦ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିଲେ । ରୋଗୀମାନଙ୍କୁ ନିକଟସ୍ଥ ଅନ୍ୟ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ତେବେ କିଛି ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ତେଣୁ ମୃତ୍ୟୁ ଆଶଙ୍କା ବୃଦ୍ଧି ବୃଦ୍ଧି ପାଇବା ସମ୍ଭାବନା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe