୨ କିଲୋମିଟର ଦୂରରେ ବନ ବିଭାଗ । ହେଲେ ଡହଡହ ଖରାରେ ଜଳି ପାଉଁଶ ହୋଇଗଲା ହେମଗିରି ବ୍ଲକ କନିକା ଜଙ୍ଗଲ

74

କନକ ବ୍ୟୁରୋ : ଜଙ୍ଗଲରେ ନିଆଁ ଲାଗିଛି । ହେଲେ ଲିଭାଇବା ପାଇଁ କେହି ନାହାନ୍ତି । ଏ ହେଉଛି ସେହି ଜଙ୍ଗଲ ଯେଉଁ ଜଙ୍ଗଲ ପାଇଁ ଆଜି ସାରା ଓଡିଶା ନିଜକୁ ଗର୍ବ ଅନୁଭବ କରେ । ସୁନ୍ଦରଗଡ ଜିଲ୍ଲା ହେମଗିରି ବ୍ଲକର କନିକା ଜଙ୍ଗଲ ଯେଉଁ ଜଙ୍ଗଲରେ ରହିଛି ଦୁର୍ଲଭ କଳା ବାଘ ତାହା ସାଙ୍ଗକୁ ଅନେକ ଜୀବଜନ୍ତୁ । ହୁତୁହୁତୁ ହୋଇ ଜଳି ଯାଉଛି ଜଙ୍ଗଲ । ଘଂଟା ଘଂଟା ଧରି ଜଳୁଛି ଜଙ୍ଗଲ । ହେଲେ ବନ ବିଭାଗର ନିଘା ନାହିଁ । ସୁନ୍ଦରଗଡ ଜିଲ୍ଲା ହେମଗିରି ଫରେଷ୍ଟ ରେଞ୍ଜର କନିକା ଜଙ୍ଗଲରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ଦୀର୍ଘ ୩ ଘଂଟା ନିଆଁ ଧରି ଅଧା ଜଙ୍ଗଲ ପାଉଁଶ ହେଲା ପରେ ଜଣେ ବନ କର୍ମଚାରୀ ନିଆଁକୁ ଲିଭାଇ ଥିବା ବେଳେ ବନ ବିଭାଗର ଏପରି ଅବହେଳାକୁ ନିନ୍ଦା କରିଛନ୍ତି ପରିବେଶ ପ୍ରେମୀ । ହେମଗିରି ଫରେଷ୍ଟ ରେଞ୍ଜ କାର୍ଯ୍ୟାଳୟ ଠାରୁ ମାତ୍ର ୨ କିଲୋମିଟର ଦୂରତାରେ ଏହି ନିଆଁ ଲାଗିଥିବା ବେଳେ ବନ ବିଭାଗ ଏତେ ବିଳମ୍ବରେ ପଦକ୍ଷେପ ନେବା ପରିବେଶ ପ୍ରେମୀକୁ ବ୍ୟଥିତ କରିଛି ।