କନକ ବ୍ୟୁରୋ : ଥମୁନି ଟ୍ରେନ ଦୁର୍ଘଟଣା । ହାୱଡା- ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସରେ ନିଆଁ ଲାଗିଛି । ଏବେ ଫାଲକନୁମା ଏକ୍ସପ୍ରେସରେ ନିଆଁ ଲାଗିଥିବା ଖବର ଆସିଛି । ନିଆଁକୁ ଦେଖି ସମସ୍ତ ଯାତ୍ରୀମାନେ ଓହ୍ଲାଇପଡିଥିବା ଜଣାପଡିଛି । ଫଳରେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ସୂଚନା ମିଳିଛି । ସେପଟେ ଟ୍ରେନର ୭ନମ୍ବର ବଗି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । ଅନ୍ୟ ବଗିକୁ ନିଆଁ ବ୍ୟାପିବାରେ ଲାଗିଛି ।