ମୁମ୍ବାଇର ସ୍ୟାମସଙ୍ଗ ମୋବାଇଲ ସର୍ଭିସ ସେଂଟରରେ ବଡ଼ ଧରଣର ଅଗ୍ନିକାଣ୍ଡ :  ୮ଟି ଦମକଳ ଗାଡ଼ି ନିଆଁକୁ କଲେ ଆୟତ୍ତ

 ସର୍ଟ ସର୍କିଟରୁ ଲାଗିଲା ନିଆଁ, ଘଟଣା ସ୍ଥଳରେ ପହଞ୍ଚିଲେ ବରିଷ୍ଠ ଅଧିକାରୀ

118

କନକ ବ୍ୟୁରୋ : ମୁମ୍ବାଇରେ ଥିବା ସାମସଙ୍ଗ ମୋବାଇଲ୍ ସର୍ଭିସ୍ ସେଂଟରରେ ଅଗ୍ନିକାଣ୍ଡ । ନିଆଁକୁ ଆୟତ୍ତ କରିବାକୁ ୮ ଟି ଦମକଳ ଗାଡି ଘଟଣାସ୍ଥଳରେ ପହଂଚିଥିଲେ । ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରାଯାଇଥିଲା ।

ସୂଚନା ଅନୁସାରେ ରାତି ପ୍ରାୟ ୯ଟା ବେଳେ ଅଗ୍ନିକାଣ୍ଡ ହୋଇଥିଲା । କିଛି ସମୟ ପରେ ପହଂଚି ଯାଇଥିଲା ଦମକଳ ଗାଡି । ସର୍ଟ ସର୍କିଟ୍ ଯୋଗୁ ନିଆଁ ଲାଗିଥିବା କୁହାଯାଉଛି । ନିଆଁ ଲାଗିବା ପରେ ଆଖପାଖ ଅଂଚଳରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା । ସ୍ଥାନୀୟ ଅଂଚଳର ଲୋକଙ୍କୁ ବାହାରକୁ କଢାଯାଇଥିଲା । ଘଟଣାର ଗମ୍ଭୀରତାକୁ ଲକ୍ଷ୍ୟ ରଖି ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀ ମଧ୍ୟ ପହଂଚିଥିଲେ ।