କନକ ବ୍ୟୁରୋ : ଅଧିକାରୀ ଅଭିଯୋଗ ଶୁଣିଲେନି ବୋଲି ଅଫିସ ଜାଳିଦେଲେ ଯୁବକ । ସମ୍ବୁଲପୁର ଜିଲ୍ଲା ରେଙ୍ଗାଳି ତହସିଲ ଅଫିସରେ ଅଗ୍ନିକାଣ୍ଡ । ଜଣେ ଯୁବକଙ୍କ ଜମିକୁ ଜାଲିଆତି କରି ବିକ୍ରି କରାଯାଇଥିବା ଅଭିଯୋଗ ଶୁଣିନଥିଲେ ତହସିଲଦାର ।

Advertisment

ବାରମ୍ବାର ଦୌଡିବା ସତ୍ତ୍ୱେ ତହସିଲ ଅଫିସର କୌଣସି କର୍ମଚାରୀ ତାଙ୍କ କଥା ଶୁଣି ନଥିଲେ । ଆଉ ଶେଷ ଯୁବକ ଜଣଙ୍କ ଉତକ୍ଷୀପ୍ତ ହୋଇ ଏଭଳି ଚରମ ପଦକ୍ଷେପ ନେଇଛନ୍ତି । ଏପରିକି ତହସିଲ ଅଫିସରେ ନିଆଁ ଲଗାଇବା ପରେ ନିଜ ଫେସବୁକ୍ ପେଜରେ ଏହାକୁ ଲାଇଭ କରିଥିଲେ । ଏବଂ ଏଭଳି କାଣ୍ଡ କରିବାର କାରଣ କହିଥିଲେ ।