ଜଳିଗଲା ଗୁଜୁରାଟର କୋଭିଡ୍ ହସ୍ପିଟାଲ, ୫ କରୋନା ରୋଗୀଙ୍କ ମୃତ୍ୟୁ , ଘଟଣାକୁ ନେଇ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

କୋଭିଡ୍ ହସ୍ପିଟାଲରେ ନିଆଁ, ୫ ମୃତ

132

କନକ ବ୍ୟୁରୋ : ଗୁଜୁରାଟର ରାଜକୋଟରେ ଥିବା ଏକ କୋଭିଡ ହସ୍ପିଟାଲରେ ଶୁକ୍ରବାର ଭୋର ସମୟରେ ଭୟାନକ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ଫଳରେ ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କ ମଧ୍ୟରୁ ୫ ଜଣ ନିଆଁରେ ଜଳି ଜୀବନ୍ତ ଦଗ୍ଧ ହୋିଛନ୍ତି । ଅନ୍ୟ କିଛି ରୋଗୀ ଗୁରୁତର ହୋଇଥିବାରୁ ସେମାନଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା କରାଯାଉଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ଏଭଳି ଭୟାବହ ଅଗ୍ନିକାଣ୍ଡ ରାଜକୋଟର ମାବଡି ଅଞ୍ଚଳରେ ଥିବା ଏକ କୋଭିଡ୍ ହସ୍ପିଟାଲରେ ଘଟିଛି । ଏହି ହସ୍ପିଟାଲରେ ପ୍ରାୟ ୧୧ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିବାର ସୂଚନା ମିିଳିଛି । ଏମାନଙ୍କୁ ମିଶାଇ ମୋଟ ୩୩ ଜଣ ରୋଗୀ ଏହି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ନିଆଁ ଲାଗିବାର ଖବର ପାଇବା ପରେ ଦମକଳବାହିନୀ ସେଠାରେ ପହଂଚି ବହୁ କଷ୍ଟରେ ନିଅାଁକୁ ଆୟତ କରିଥିଲେ । ପ୍ରଥମେ ଆଇସିୟୁରେ ନିଆଁ ଲାଗିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ଖବର ପାଇବା ପରେ ଏଭଳି ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ପ୍ରଧାନମନ୍ତ୍ରୀ ଏକ ଟ୍ୱିଟ୍ କରିଛନ୍ତି । ଏହି ଟ୍ୱିଟ୍ରେ ସେ ଲେଖିଛନ୍ତି କି ଅଗ୍ନିକାଣ୍ଡ ଫଳରେ ପାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ମୁଁ ଶୋକ ପ୍ରକାଶ କରୁଛି । ଏହାସହ ସେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ । ଅନ୍ୟପଟେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।