ପୁରୀର ବାଲୁଖଣ୍ଡ ଅଭୟାରଣ୍ୟରେ ନିଆଁ । ନିଆଁକୁ ଆୟତ କରିବାକୁ ଅଗ୍ନିଶମ ବିଭାଗର ଉଦ୍ୟମ ଜାରି ।

72

କନକ ବ୍ୟୁରୋ : ବାଲୁଖଣ୍ଡ ଅଭୟାରଣ୍ୟରେ ନିଆଁ । ୧୪ ନମ୍ବର ଜୋନ ବେଲଦଳ ନିକଟରେ ଏହି ନିଆଁ ଲାଗିଛି । ନିଆଁକୁ ଆୟତ କରିବା ପାଇଁ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭାଇବା କାମ ଆରମ୍ଭ କରିଛି । ଗାଁ ଲୋକେ ବି ଏଥିରେ ସହଯୋଗ କରିଛନ୍ତି । ପୁରୀ-କୋଣାର୍କ ରାସ୍ତାରେ ରହିଛି ବାଲୁଖଣ୍ଡ ଅଭୟାରଣ୍ୟ ।

ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ । ଆଜି ସକାଳେ ଏଠାରେ କିଛି ଯୁବକ ଭୋଜି କରୁଥିଲେ । ଏହା ପରେ ସନ୍ଧ୍ୟାରେ ଅଭୟାରଣ୍ୟରେ ନିଆଁ ଲାଗିଛି । ଏଠାରେ ବହୁ ସଂଖ୍ୟାରେ ହରିଣ ରହିଛନ୍ତି । ପ୍ରାୟ ୮୭ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ହୋଇଛି ବାଲୁଖଣ୍ଡ ଅଭୟାରଣ୍ୟ । ୧୯୮୪ ମସିହାରେ ଏହି ଅଭୟାରଣ୍ୟର ପରିକଳ୍ପନା କରାଯାଇଥିଲା । ଇକୋଲୋଜିକାଲ ପର୍ଯ୍ୟଟନ ପାଇଁ ଏହି ଅଞ୍ଚଳ ବେଶ ଅନୁକୂଳ ବୋଲି କୁହାଯାଇଛି । ବଙ୍ଗୋପସାଗରକୁ ଲାଗିଛି ଏହି ବାଲୁଖଣ୍ଡ ଅଭୟାରଣ୍ୟ ।