ପୁରୀ ରେଳ ଷ୍ଟେସନ କୋଚିଂ ଡିପୋରେ ଅଗ୍ନିକାଣ୍ଡ: ହୁତୁ ହୁତୁ ହୋଇ ଜଳିଗଲା ଏସି କୋଚ: ନିଆଁକୁ ଆୟତ କଲା ଅଗ୍ନିଶମ ବାହିନୀ
କନକ ବ୍ୟୁରୋ: ପୁରୀ ରେଳ ଷ୍ଟେସନ କୋଚିଂ ଡିପୋରେ ଅଗ୍ନିକାଣ୍ଡ । ହୁତୁ ହୁତୁ ହୋଇ ଜଳିଗଲା ଏସି କୋଚ । ଅଗ୍ନିଶମ ବାହିନୀର ଟିମ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିଛି । ତେବେ କିପରି ନିଆଁ ଲାଗିଲା ସେ ସମ୍ପର୍କରେ ସୂଚନା ମଳିପାରି ନାହିଁ । ଆଜି ସାଢେ ୧୨ଟା ପରେ ହଠାତ୍ କୋଚିଂ ଡିପୋରେ ଥିବା ଏକ ଟ୍ରେନରେ ନିଆଁ ଲାଗିଯାଇଥିଲା । କେହି କିଛି ବୁଝିବା ପୂର୍ବରୁ ପୁରା ଷ୍ଟେସନ ଧୂଆଁମୟ ହୋଇଯାଇଥିଲା । ସୂଚନା ପାଇଁ ଘଟଣା ସ୍ଥଳରେ ଅଗ୍ନିଶମ ଟିମ ପହଂଚି ନିଆଁକୁ ଆୟତ କରିଛି । ତେବେ ନିଆଁ ଯୋଗୁ କୌଣସି ବ୍ୟକ୍ତି ଆହତ ହୋଇନଥିବା ସୂଚନା ମଳିଛି । କିନ୍ତୁ କେତେ କ୍ଷୟକ୍ଷତି ଘଟିଛି ସେନେଇ ଆକଳନ କରାଯାଇନାହିଁ ।